ମହାନଦୀ ପାଣିକୁ ନେଇ ବିବାଦ : ଆଜି ଛତିଶଗଡ଼ ଯିବେ ଓଡ଼ିଶା ଟିମ୍

Advertisment

ମହାନଦୀ ପାଣିକୁ ନେଇ ବିବାଦ । ଆଜି ଛତିଶଗଡ଼ ଗସ୍ତ କରିବ ମହାନଦୀ ବଞ୍ଚାଓ ଆନ୍ଦୋଳନର ପ୍ରତିନିଧି ମଣ୍ଡଳୀ । କଲମା ବ୍ୟାରେଜ ତଳେ ନିର୍ମିତ ବାଲି ବନ୍ଧ କୁ ପରିଦର୍ଶନ କରିବ ଏହି ଟିମ୍

ମହାନଦୀ ପାଣିକୁ ନେଇ ବିବାଦ । ଆଜି ଛତିଶଗଡ଼ ଗସ୍ତ କରିବ ମହାନଦୀ ବଞ୍ଚାଓ ଆନ୍ଦୋଳନର ପ୍ରତିନିଧି ମଣ୍ଡଳୀ । କଲମା ବ୍ୟାରେଜ ତଳେ ନିର୍ମିତ ବାଲି ବନ୍ଧ କୁ ପରିଦର୍ଶନ କରିବ ଏହି ଟିମ୍

mahanadi

Photograph: (kanaknews)

କନକବ୍ୟୁରୋ : ମହାନଦୀ ପାଣିକୁ ନେଇ ବିବାଦ । ଆଜି ଛତିଶଗଡ଼ ଗସ୍ତ କରିବ ମହାନଦୀ ବଞ୍ଚାଓ ଆନ୍ଦୋଳନର ପ୍ରତିନିଧି ମଣ୍ଡଳୀ । କଲମା ବ୍ୟାରେଜ ତଳେ ନିର୍ମିତ ବାଲି ବନ୍ଧ କୁ ପରିଦର୍ଶନ କରିବ ଏହି ଟିମ୍ । । ଛତିଶଗଡ଼ରେ ମହାନଦୀ ସୁରକ୍ଷା ପାଇଁ କାର୍ଯ୍ୟ କାଟୁଥିବା ସଂଗଠନ ସହିତ ଏହି ପ୍ରତିନିଧି ଦଳ ଆଲୋଚନା କରିବ l

ଅଧିକ ପଢନ୍ତୁ... ଆଜି ସାରା ଦେଶରେ ବ୍ୟାଙ୍କ ବନ୍ଦ : ହୋଇପାରିବନି ନଗଦ ଟଙ୍କା କାରବାର,

ଆଜି ଝାରସୁଗୁଡାରେ ରାତ୍ରିଯାପନ କରି  ଆସନ୍ତାକାଲି କଲମା ବ୍ୟାରେଜ, ତାର ତଳ ମୁଣ୍ଡରେ ଥିବା ବାଲି ବନ୍ଧ, ମହାନଦୀ ଓଡିଶା କୁ ପ୍ରବେଶ କରୁଥିବା ସ୍ଥାନ ଶୁଖାଶୋଡା ଅଞ୍ଚଳ ପରିଦର୍ଶନ କରିବେ । ପରିଦର୍ଶନ କରି ଆସିବା ପରେ ୨୯ ତାଟିଖରେ ଝାରସୁଗୁଡା ର ବୁଦ୍ଧିଜୀବୀ ଓ ନଦୀ ପାଇଁ ଚିନ୍ତିତ ବ୍ୟକ୍ତି ବିଶେଷଙ୍କ ସହିତ ଆଲୋଚନା କରିବ l  ଏହି ପ୍ରତିନିଧି ଦଳରେ ମହାନଦୀ ବଞ୍ଚାଓ ଆନ୍ଦୋଳନ ର ଆବାହକ ସୁଦର୍ଶନ ଦାସ, ସହ ଆବାହକ ବାସୁଦେବ ଭଟ୍ଟ, ସଂଯୋଜକ ସଚିକାନ୍ତ ପ୍ରଧାନ, ବିଜୟ ପରିଡା, ପ୍ରବକ୍ତା ପ୍ରସନ୍ନ ବିଶୋଇ ପ୍ରମୁଖ ସାମିଲ ହେବେ  l

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe