ଶ୍ରୀଲିଙ୍ଗରାଜ ମନ୍ଦିରରେ ସିଗାରେଟ୍ ଟାଣିଲେ, ଫଟୋ ପୋଷ୍ଟ କଲେ ; ଯୁବକଙ୍କୁ ଗିରଫ କରିବାକୁ ଦାବି କଲେ ସେବାୟତ

ଶ୍ରୀଲିଙ୍ଗରାଜ ମନ୍ଦିରରେ ସିଗାରେଟ୍ ଟାଣିବାକୁ ନେଇ ଅସନ୍ତୋଷ । ଥାନାରେ ଅଭିଯୋଗ ପରେ ଗିରଫ ଦାବି କଲେ ସେବାୟତ । ରୋଷଘର ଆଗରେ ଯୁବକଙ୍କ ସିଗାରେଟ୍ ଟାଣିବାର ଫଟୋ ହେଉଛି ଭାଇରାଲ ।

21uuuu

କନକ ବ୍ୟୁରୋ: ଲିଙ୍ଗରାଜ ମନ୍ଦିରରେ ଯୁବକ ସିଗାରେଟ ଟାଣିବା ଘଟଣାକୁ ନେଇ ଅସନ୍ତୋଷ । ଯୁବକଙ୍କ ଗିରଫ ଦାବି କଲେ ସେବାୟତ। ମନ୍ଦିର ଭିତରକୁ ସେ କିପରି ସାଗାରେଟ୍ ନେଲେ ତାକୁ ନେଇ ପ୍ରଶ୍ନ କରିଛନ୍ତି  ସେବାୟତ। 

ମନ୍ଦିର ଭିତରେ ସିଗାରେଟ ଟାଣିବା ସହ ସେହି ଫଟୋକୁ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି ଯୁବକ, ଯାହାର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ସୂଚନା ଅନୁସାର. ଦେବୀ ପ୍ରସାଦ ଦାସ ନାମକ ଜଣେ ଯୁବକ ତାଙ୍କ ଇଷ୍ଟାଗ୍ରାମ ଆଇଡ଼ିରେ ସୋମବାର ମନ୍ଦିର ଭିତରେ ସିଗାରେଟ ଟାଣୁଥିବାର ଫଟୋ ଶେୟାର କରିଥିଲେ । ଫଟୋରେ ମନ୍ଦିର ରୋଷ ଘର ପାଖରେ ଠିଆ ହୋଇ ସିଗାରେଟ ଟାଣିବାର ଦୃଶ୍ୟ ରହିଛି । ସମ୍ପୃକ୍ତ ଯୁବକ ଜଣଙ୍କ ସ୍ଥାନୀୟ ଅଞ୍ଚଳର ବୋଲି କୁହାଯାଉଛି । ଏନେଇ ପୁରୁଣା ଭୁବନେଶ୍ୱରର ବିଭିନ୍ନ ଖଟି ଉପରେ ନଜର ରଖିଛନ୍ତି ସେବାୟତ । ଧରାପଡ଼ିଲେ ପୋଲିସରେ ଦେବାକୁ ସେବାୟତ କହିଛନ୍ତି । 

କିଛି ଦିନ ତଳେ ଅଭିନେତ୍ରୀ ଶିଳ୍ପା ସେଟ୍ଟି ଭିଡ଼ିଓ ସୁଟିଂ କ୍ୟାମେରା ନେଇ ଅନେକ ଫଟୋ ଓ ଭିଡ଼ିଓ ସୁଟ୍ କରିଥିଲେ । ଯାହାକୁ ନେଇ ବିବାଦ ଦେଖାଦେଇଥିଲା । ଏଭଳି ଅନେକ ଘଟଣା ଅତିତରେ ଘଟିଛି । ମନ୍ଦିର ଭିତରକୁ ନିଶାଦ୍ରବ୍ୟ ବାରଣ ସତ୍ୱେ କେମିତି ସିଗାରେଟ ଟାଣିଲେ ଯୁବକ । ଆଉ ତାର ଫଟୋ କିଭଳି ଭାଇରାଲ ହେଲା ତାକୁ ନେଇ ପ୍ରଶ୍ନ ଉଠିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe