କନକ ବ୍ୟୁରୋ: ନାଁ ପାଇଁ ଗାଁ ବିବାଦ, ଦୁଇ ଗାଁ ମୁହାଁମୁହିଁ । ଦୁଇ ଗାଁ ମଧ୍ୟରେ ଢେଲା ପଥର ମାଡ଼ । ୪ ଜଣରୁ ଅଧିକ ଆହତ ହୋଇଛନ୍ତି । ଖୋର୍ଦ୍ଧା ବାଘମାରି ଥାନା କୋଟପଲ୍ଲା- ଓସ୍ତପୁର ଗାଁର ନାମ ଫଳକକୁ ନେଇ ବିବାଦ ହୋଇଛି । ବୁଝାସୁଝା କରିବାକୁ ଯାଇଥିବା ବାଘମାରୀ ଥାନା ଅଧିକାରୀଙ୍କୁ ଦୁଇ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ । ବଜାରର ନାଁ କୋଟପଲ୍ଲା ରହିଥିବା ବେଳେ ଏହି ବଜାରଟି ଓସ୍ତପୁର ମୌଜାରେ ଯାଉଛି । ଓସ୍ତପୁର ଗ୍ରାମବାସୀ ନିଜ ନାଁରେ କରିବାକୁ ଚାହୁଁଥିବା ବେଳେ ପୂର୍ବ ପରି କୋଟପଲ୍ଲା ରହୁ ବୋଲି ଗ୍ରାମବାସୀ ଦାବି କରିଛନ୍ତି । ଯାହାକୁ ନେଇ ଘନେଇଛି ବିବାଦ । ଦୀର୍ଘ ଦିନ ଧରି ଚାଲିଥିବା ଏହି ବିବାଦ ନେଇ ଜିଲ୍ଲାପାଳଙ୍କ ଅଫିସରେ ଅଭିଯୋଗ ହୋଇଛି । ପୂର୍ତ୍ତ ବିଭାଗ ପକ୍ଷରୁ ଏକ ବୋର୍ଡ ପୋତାକୁ ନେଇ ବିବାଦ ଦେଖାଯାଇଛି । ବୋର୍ଡରେ କୋଟପଲ୍ଲା ଲେଖାଥିବାରୁ ଫେରାଇ ଦେଇଛନ୍ତି ଅସ୍ତପୁର ଗ୍ରାମବାସୀ । ରାସ୍ତାରେ ଯାଉଥିବା ଲୋକଙ୍କୁ ବି ଅଟକାଉଛନ୍ତି ଲୋକେ ଆଉ ଟେକା ପଥର ମାରୁଛନ୍ତି ।