ବାସନ୍ତୀ ପୂଜାକୁ ନେଇ ଦୁଇ ପୂଜା କମିଟି ମଧ୍ୟରେ ବିବାଦ ; ଗାଁରେ ୧୬୩ ଧାରା ଲାଗୁ

Advertisment

ବାଲେଶ୍ବର ଭୋଗରାଇ ବ୍ଳକ ଗୋପୀନାଥପୁର ଗାଁରେ ଦୁଇ ବାସନ୍ତୀ ପୂଜା କମିଟି ମଧ୍ୟରେ ବିବାଦ । ଉତ୍ତେଜନାକୁ ଦୃଷ୍ଟିରେ ରଖି ବିଭିନ୍ନ ସରକାରୀ ଜାଗା ତଥା ବାସନ୍ତୀ ମଣ୍ଡପ ପଡିଆରେ ୧୬୩ ଧାରା ଜାରି କଲା ପ୍ରଶାସନ। ପୂର୍ବରୁ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ହୋଇଥିଲା

ବାଲେଶ୍ବର ଭୋଗରାଇ ବ୍ଳକ ଗୋପୀନାଥପୁର ଗାଁରେ ଦୁଇ ବାସନ୍ତୀ ପୂଜା କମିଟି ମଧ୍ୟରେ ବିବାଦ । ଉତ୍ତେଜନାକୁ ଦୃଷ୍ଟିରେ ରଖି ବିଭିନ୍ନ ସରକାରୀ ଜାଗା ତଥା ବାସନ୍ତୀ ମଣ୍ଡପ ପଡିଆରେ ୧୬୩ ଧାରା ଜାରି କଲା ପ୍ରଶାସନ। ପୂର୍ବରୁ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ହୋଇଥିଲା

Dispute Between Two Puja Committees Over Basanti Puja

Dispute Between Two Puja Committees Over Basanti Puja Photograph: (KanakNews )

କନକ ବ୍ୟୁରୋ: ବାଲେଶ୍ବର ଭୋଗରାଇ ବ୍ଳକ ଗୋପୀନାଥପୁର ଗାଁରେ ଦୁଇ ବାସନ୍ତୀ ପୂଜା କମିଟି ମଧ୍ୟରେ ବିବାଦ । ଉତ୍ତେଜନାକୁ ଦୃଷ୍ଟିରେ ରଖି ବିଭିନ୍ନ ସରକାରୀ ଜାଗା ତଥା ବାସନ୍ତୀ ମଣ୍ଡପ ପଡିଆରେ ୧୬୩ ଧାରା ଜାରି କଲା ପ୍ରଶାସନ। ପୂର୍ବରୁ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ହୋଇଥିଲା। ଏହାକୁ ନେଇ ଉଭୟ ଗୋଷ୍ଠୀ ଜିଲ୍ଲା ପ୍ରଶାସନ ପାଖରେ ପହଞ୍ଚିଥିଲେ । ଉଭୟ କମିଟିକୁ ଗୋଟାଏ ପଡିଆରେ ଏକାଠି ପୂଜା  କରିବା ପାଇଁ ନିବେଦନ କରାଯାଇଥିଲେ ମଧ୍ୟ ଉଭୟ ପକ୍ଷ ରାଜି ହୋଇନଥିଲେ। ଏହାକୁ ନେଇ ଗାଁରେ ଚାପା ଉତ୍ତେଜନା ଲାଗି ରହିଥିଲା । ପୂଜା ବନ୍ଦ ପାଇଁ ପ୍ରଶାସନ ନିର୍ଦ୍ଦେଶ ଦେବା ପରେ କେହି ଦୁର୍ବୃତ୍ତ ଉଭୟ ମଣ୍ଡପରେ ମୂର୍ତ୍ତି ଭାଙ୍ଗି ଦେଇଥିଲା । ରାତି ପାହିଲେ ମା ବାସନ୍ତୀଙ୍କ ପୂଜା ଥିବା ବେଳେ ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି ୧୬୩ ଧାରା ଜାରି କରିଛି ପ୍ରଶାସନ। ଶାନ୍ତି ବଜାୟ ରଖିବା ପାଇଁ ୪ ଜଣିଆ ପୋଲିସ ଟିମ୍ ମୁତୟନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe