କନକ ବ୍ୟୁରୋ: ବାଲେଶ୍ବର ଭୋଗରାଇ ବ୍ଳକ ଗୋପୀନାଥପୁର ଗାଁରେ ଦୁଇ ବାସନ୍ତୀ ପୂଜା କମିଟି ମଧ୍ୟରେ ବିବାଦ । ଉତ୍ତେଜନାକୁ ଦୃଷ୍ଟିରେ ରଖି ବିଭିନ୍ନ ସରକାରୀ ଜାଗା ତଥା ବାସନ୍ତୀ ମଣ୍ଡପ ପଡିଆରେ ୧୬୩ ଧାରା ଜାରି କଲା ପ୍ରଶାସନ। ପୂର୍ବରୁ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ହୋଇଥିଲା। ଏହାକୁ ନେଇ ଉଭୟ ଗୋଷ୍ଠୀ ଜିଲ୍ଲା ପ୍ରଶାସନ ପାଖରେ ପହଞ୍ଚିଥିଲେ । ଉଭୟ କମିଟିକୁ ଗୋଟାଏ ପଡିଆରେ ଏକାଠି ପୂଜା କରିବା ପାଇଁ ନିବେଦନ କରାଯାଇଥିଲେ ମଧ୍ୟ ଉଭୟ ପକ୍ଷ ରାଜି ହୋଇନଥିଲେ। ଏହାକୁ ନେଇ ଗାଁରେ ଚାପା ଉତ୍ତେଜନା ଲାଗି ରହିଥିଲା । ପୂଜା ବନ୍ଦ ପାଇଁ ପ୍ରଶାସନ ନିର୍ଦ୍ଦେଶ ଦେବା ପରେ କେହି ଦୁର୍ବୃତ୍ତ ଉଭୟ ମଣ୍ଡପରେ ମୂର୍ତ୍ତି ଭାଙ୍ଗି ଦେଇଥିଲା । ରାତି ପାହିଲେ ମା ବାସନ୍ତୀଙ୍କ ପୂଜା ଥିବା ବେଳେ ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି ୧୬୩ ଧାରା ଜାରି କରିଛି ପ୍ରଶାସନ। ଶାନ୍ତି ବଜାୟ ରଖିବା ପାଇଁ ୪ ଜଣିଆ ପୋଲିସ ଟିମ୍ ମୁତୟନ କରାଯାଇଛି।
ବାସନ୍ତୀ ପୂଜାକୁ ନେଇ ଦୁଇ ପୂଜା କମିଟି ମଧ୍ୟରେ ବିବାଦ ; ଗାଁରେ ୧୬୩ ଧାରା ଲାଗୁ
ବାଲେଶ୍ବର ଭୋଗରାଇ ବ୍ଳକ ଗୋପୀନାଥପୁର ଗାଁରେ ଦୁଇ ବାସନ୍ତୀ ପୂଜା କମିଟି ମଧ୍ୟରେ ବିବାଦ । ଉତ୍ତେଜନାକୁ ଦୃଷ୍ଟିରେ ରଖି ବିଭିନ୍ନ ସରକାରୀ ଜାଗା ତଥା ବାସନ୍ତୀ ମଣ୍ଡପ ପଡିଆରେ ୧୬୩ ଧାରା ଜାରି କଲା ପ୍ରଶାସନ। ପୂର୍ବରୁ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ହୋଇଥିଲା
/kanak/media/media_files/2025/04/04/I53IZIMNyfZDOF1dmazf.jpg)