କନକ ବ୍ୟୁରୋ:  ତେଜୁଛି ସାମ୍ୱାଦିକ ଓ ନୀଳଗିରି ଉପଜିଲ୍ଲାପାଳଙ୍କ ବିବାଦ । ସାମ୍ୱାଦିକଙ୍କୁ ଉପଜିଲ୍ଲାପାଳଙ୍କ ଦୁର୍ବ୍ୟବାହର  ବିରୋଧରେ ଉଠିଲା ନୀଳଗିରି ସାମ୍ବାଦିକ ସଂଘ । 

Advertisment

ଗତ ୨୧ ତାରିଖ ଦିନ ଦୁଇଟି ସଂଗଠନ ପକ୍ଷରୁ ନୀଳଗିରି ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରି ଭିନ୍ନ ଭିନ୍ନ ଦାବିପତ୍ର ଦେଇଥିଲେ ।  ଏ ସମ୍ପର୍କରେ ନୀଳଗିରିର କାର୍ଯ୍ୟରତ ୧୦ରୁ ଅଧିକ ସାମ୍ବାଦିକ ଏ ସମ୍ପର୍କ ଅବଗତି ନିମନ୍ତେ ଉପଜିଲ୍ଲାପାଳଙ୍କୁ ପଚାରିବାରୁ ସେ ହଠାତ୍ ରାଗିଯାଇ  ଦୁର୍ବ୍ୟବହାର କରିବା ସହ  ସାମ୍ୱାଦିକଙ୍କ ମୋବାଇଲ ଛଡ଼ାଇ ନେଇଥିଲେ । ଏନେଇ ଜିଲ୍ଲାପାଳ, ମୂଖ୍ୟମନ୍ତ୍ରୀ,  ରାଜ୍ୟ ଲୋକ ସମ୍ପର୍କ ସର୍ବୋଚ୍ଚ ଅଧିକାରିଙ୍କୁ ଅବଗତ କରାଇ ଥିଲେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇଥିବାରୁ ପ୍ରତିବାଦ କରିଛନ୍ତି ସାମ୍ୱାଦିକମାନେ ।  ଘଟଣାକୁ ୧୫ ଦିନ ବିତି ଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ଆଗାମୀ ଦିନରେ ଜିଲ୍ଲା ପ୍ରଶାସନର ସମସ୍ତ କାର୍ଯ୍ୟକ୍ରମକୁ କଳାବ୍ୟାଚ୍ ପିନ୍ଧି ଯୋଗ ଦେବେ ବୋଲି ନିଷ୍ପତ୍ତି ନେଇଛନ୍ତି ।