ପୁଣି ପଦାରେ ପଡିଲା ବିଜେଡି କଳି; ଶଙ୍ଖ ଭବନରେ ଶ୍ରୀମୟୀ ମିଶ୍ର ଓ ବିଧାୟକ ପ୍ରଦୀପ ସାହୁଙ୍କ ମଧ୍ୟରେ କଥା କଟାକଟି

ପୁଣି ପଦାରେ ପଡ଼ିଲା ବିଜେଡି କଳି। ସମୀକ୍ଷା ବୈଠକରେ ପୁଣି ତୁ ତୁ ମେଁ ମେଁ। ଶଙ୍ଖ ଭବନରେ ନେତା ଓ ନେତାଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଥିବା ସୂଚନା

1811

କନକ ବ୍ୟୁରୋ: ପୁଣି ପଦାରେ ପଡ଼ିଲା ବିଜେଡି କଳି। ସମୀକ୍ଷା ବୈଠକରେ ପୁଣି ତୁ ତୁ ମେଁ ମେଁ। ଶଙ୍ଖ ଭବନରେ ନେତା ଓ ନେତାଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଥିବା ସୂଚନା ମିଳିଛି। ଶଙ୍ଖ ଭବନରେ ଖୋର୍ଦ୍ଧା ଜିଲ୍ଲା ନେତାଙ୍କ ବୈଠକ ହେଉଥିବା ବେଳେ ବିଧାୟକ ପ୍ରଦୀପ ସାହୁ ଓ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କ ମଧ୍ୟରେ କଥା କଟାକଟି ହୋଇଥିବା ନେଇ ଶଙ୍ଖ ଭବନ ବାହାରେ ଚର୍ଚ୍ଚା ହେଉଛି। 

କଥା ଏତିକିରେ ଅଟକିନି ଉଭୟ ପରସ୍ପରକୁ ଦୁର୍ବ୍ୟବହାର କରିଥିବା ଦଳୀୟ ନେତାଙ୍କ ମଧ୍ୟରେ ଆଲୋଚନା ହେଉଛି। ତେବେ ବରିଷ୍ଠ ନେତା ବୁଝାସୁଝା କରିବା ପରେ ମାମଲା ଶାନ୍ତ ପଡିଥିବା ଜଣାପଡିଛି। ମିଳିଥିବା ସୂଚନା ମୁତାବକ, ସମୀକ୍ଷା ବୈଠକରେ ଖୋର୍ଦ୍ଧାର ତୁଙ୍ଗ ନେତା ଯୋଗ ଦେଇ ସାଙ୍ଗଠନିକ ସ୍ଥିତି ବାବଦରେ ଆଲୋଚନା କରିଥିଲେ। ଆଉ ଏହି ସମୀକ୍ଷା ବୈଠକରୁ ହିଁ ନେତା ନେତାଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଆସନ୍ତାକାଲି ଠାରୁ ବିଜେଡିର ପଦଯାତ୍ରା ଆରମ୍ଭ ହେବାକୁ ଯାଉଛି। କିନ୍ତୁ ତା ପୂର୍ବରୁ ବିଜେଡ଼ି ନେତାଙ୍କ କଳି ଦଳର ବରିଷ୍ଠ ନେତାଙ୍କ ଚିନ୍ତା ବଢାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe