କନକବ୍ୟୁରୋ : ଉଇ ଖାଇଗଲେ ଫାଇଲ । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ କାର୍ୟ୍ୟାଳୟ ଟ୍ରେଜେରିରୁ ଲୋକ ମାନଙ୍କ ଗୁରୁତ୍ୱପୂର୍ଣ୍ଣ ଫାଇଲ ଉଇ ଖାଇଯାଇଛନ୍ତି  ବ୍ଲକ କର୍ମଚାରୀ ସବୁ ଦେଖି ଚୁପ ବସିଛନ୍ତି ।

Advertisment

ଗରିବ ଲୋକମାନଙ୍କର ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାର ଫାଇଲରେ ମଧ୍ୟ ଉଇ ଚଢି ନଷ୍ଟ କରିଛନ୍ତି। ଅସୁରକ୍ଷିତ ଭାବରେ ପଡି ରହିଛି ଶହ ଶହ ଫାଇଲ୍। ଖୋଲା ମେଲାରେ ବ୍ଲକ କାର୍ୟ୍ୟଳୟ ଭିତରେ ପଡି ରହିଛି ଲୋକମାନଙ୍କ କାଗଜ ପତ୍ର । କୃଷ୍ଣପ୍ରସାଦ ବ୍ଲକ କାର୍ୟ୍ୟାଳୟ କର୍ମଚାରୀ ମାନଙ୍କ ଏପରି ଖାମ ଖିଆଲ ନୀତି ଯୋଗୁଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି।