କନକ ବ୍ୟୁରୋ: ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇ ଦିଫାଳ ହୋଇଛି ବିଜେଡି । ଏହାକୁ ନାପସନ୍ଦ କରିଛନ୍ତି ଦଳର ବରିଷ୍ଠ ନେତା  ପଦ୍ମନାଭ ବେହେରା । ସେ କହିଛନ୍ତି, ଦଳରେ ଥାଇ ଦଳୀୟ ଦଳୀୟ ଶୃଙ୍ଖଳା ଭାଙ୍ଗିବା ଠିକ୍ ନୁହେଁ । ଦଳରେ ବାହାରେ ଥିଲେ କହିଥିଲେ କିଛି ସମସ୍ୟା ନାହିଁ । କିନ୍ତୁ ଦଳ ଭିତରେ ରହି ଏଭଳି କହିବା ଠିକ୍ ନୁହେଁ । ବାହାରେ ନ କହି ସଭାପତିଙ୍କ ସହ ଆଲୋଚନା କରିବା ଉଚିତ । କାର୍ଯ୍ୟାନୁଷ୍ଠନ ସପକ୍ଷରେ ମୁଁ ନାହିଁ । ଛୋଟ ଛୋଟ ଘଟଣାରେ ବୁଝା ସୁଝା କରି ସମାଧାନ କରିବା ଭଲ । ଯାହାର କିଛି କ୍ଷୋଭ ଅଛି  ସେମାନେ ସିଧାସଳଖ ସଭାପତିଙ୍କ ସହ ଆଲୋଚନା କଲେ ଭଲ । ଯେଉଁ ମାନେ ଅସନ୍ତୁଷ୍ଟ ଅଛନ୍ତି ସଭାପତି ବି ସେମାନଙ୍କୁ ଡକାଇ ଆଲୋଚନା କଲେ ଭଲ ।  କିନ୍ତୁ ବିଶୃଙ୍ଖଳା କରିଥିବାରୁ କାର୍ଯ୍ୟାନୁଷ୍ଠାନ ହୋଇଛି । ଦଳୀୟ ଶୃଙ୍ଖଳା ଭିତରେ ରହି କାର୍ଯ୍ୟକରିବା ଉଚିତ ବୋଲି କହିଛନ୍ତି ପଦ୍ମନାଭ ବେହେରା ।