କନକ ବ୍ୟୁରୋ: ବଲିଉଡ୍ ଅଭିନେତ୍ରୀ ଦିଶା ପାଟନୀଙ୍କ ଘର ଆଗରେ ଫୁଟିଲା ଗୁଳି । ଦିଶାଙ୍କ ଉତ୍ତର ପ୍ରଦେଶ ବରେଲି ସ୍ଥିତ ବାସଭବନ ଆଗରେ ଫାୟାରିଂ ସହ ସୋସିଆଲ ମିଡିଆରେ ଧମକ ମଧ୍ୟ ଦିଆଯାଇଥିବା ସୂଚନା ମିଳିଛି । ଗତକାଲି ବିଳମ୍ୱିତ ରାତିରେ ଦୁର୍ବୃତ୍ତ ଏକାଧିକ ଫାଙ୍କା ଗୁଳିଚାଳନା କରିଥିବା ବେଳେ, ଗୋଲ୍ଡି ବ୍ରାର୍ ଗ୍ୟାଙ୍ଗ୍ ଏଭଳି କାଣ୍ଡ ଭିଆଇଥିବା ନିଜ ଆଡ଼ୁ ଦାବି କରିଛି ।
ଦିଶା ସାଧୁସନ୍ଥଙ୍କ ଅପମାନ କରିଥିବା ଅଭିଯୋଗ ଆଣିବା ସହ ତାଙ୍କୁ ଓ ଏଥିରେ ଜଡ଼ିତ ଫିଲ୍ମ ଇଣ୍ଡଷ୍ଟ୍ରିକୁ ସୋସିଆଲ ମିଡିଆ ପୋଷ୍ଟରେ ଧମକ ଦିଆଯାଇଥିବା ସୂଚନା ମିଳିଛି। ପୁଲିସ ଘଟଣାର ତଦନ୍ତ କରୁଛି ।
ଆଠ ମିନିଟ୍ ଧରି ଚାଲିଥିଲା ଗୁଳି
ଲରେନ୍ସ ବିଷ୍ଣୋଇଙ୍କ ସହ ଜଡ଼ିତ ଗୋଲ୍ଡି ବ୍ରାର୍ ଗ୍ରୁପ୍ ଗୁଳିକାଣ୍ଡ ପାଇଁ ଦାୟୀ
ଦିଶା ପ୍ରେମାନନ୍ଦ ମହାରାଜ ଓ ଅନିରୁଦ୍ଧଚାର୍ୟ୍ୟ ଉପରେ ଦେଇଥିଲେ ମନ୍ତବ୍ୟ
ଆଗକୁ ମାରିଦେବାକୁ ଧମକ
ଗୁଳିକାଣ୍ଡ ପରେ ଏସ୍ଓଜି ନିୟୋଜିତ
ଗ୍ୟାଙ୍ଗଷ୍ଟରଙ୍କ ଟାର୍ଗେଟ୍ରେ ସେଲିବ୍ରିଟି
ସଲମାନ ଖାନ୍କୁ ହତ୍ୟା ଧମକ
କପିଲ ଶର୍ମାଙ୍କୁ ମଧ୍ୟ ମିଳିଛି ଚେତାବନୀ