ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣକୁ ନେଇ ବଢ଼ିଲାଣି ଚର୍ଚ୍ଚା : ଚାଲିଛି କଳ୍ପନା ଜଳ୍ପନା , କାହାକୁ ପଦ କାହାକୁ ବିପଦ ନଜର

ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପାଇଁ ବିଜେପିର ରଣନୀତି। ବିଜେପି ସରକାରରେ ଆସିବାକୁ ୭ମାସରୁ ଅଧିକ ସମୟ ବିତି ସାରିଲାଣି । ହେଲେ ବର୍ତ୍ତମାନ ସୁଦ୍ଧା ଅନେକ ବିଭାଗ ଖାଲି ପଡିଥିବାବେଲେ ଜଣେ ଜଣେ ମନ୍ତ୍ରିଙ୍କ ହାତରେ ଏକାଧିକ ବିଭାଗ ବି ଅଛି

MANTRI

Photograph: (KanakNews )

କନକବ୍ୟୁରୋ : ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପାଇଁ ବିଜେପିର ରଣନୀତି। ବିଜେପି ସରକାରରେ ଆସିବାକୁ ୭ମାସରୁ ଅଧିକ ସମୟ ବିତି ସାରିଲାଣି । ହେଲେ ବର୍ତ୍ତମାନ ସୁଦ୍ଧା ଅନେକ ବିଭାଗ ଖାଲି ପଡିଥିବାବେଲେ ଜଣେ ଜଣେ ମନ୍ତ୍ରିଙ୍କ ହାତରେ ଏକାଧିକ ବିଭାଗ ବି ଅଛି ।  ଏହାରି ଭିତରେ ଆଗକୁ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବାର ଚର୍ଚ୍ଚା ହେଉଛି। କୁହାଯାଉଛି, ପ୍ରତି ସଂସଦୀୟ କ୍ଷେତ୍ରରୁ ଜଣେ ଲେଖାଏଁ ମନ୍ତ୍ରୀଙ୍କୁ ଦାୟିତ୍ବ ମିଳିପାରେ। 

ଗତକାଲି କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ ରାଜ୍ୟ ବିଜେପିର ବରିଷ୍ଠ ନେତୃତ୍ବଙ୍କ ରୁଦ୍ଧଦ୍ବାର ବୈଠକ ଶେଷ ହୋଇଛି ।  ଏଥିରେ କାହାକୁ ମିଳିବ ଦାୟିଦ୍ବ, କିଏ ପାଇବେ ମନ୍ତ୍ରିପଦ ସେନେଇ ଆଲୋଚନା ହୋଇଥିବା କୁହାଯାଉଛି ।

ସେହିପରି ବିଭିନ୍ନ ନିଗମର ଦାୟିତ୍ବ କାହାକୁ ଦିଆଯିବ ସେନେଇ ମଧ୍ୟ ଚୂଡାନ୍ତ ନିଷ୍ପତ୍ତି ହୋଇ ସାରିଥିବା ଚର୍ଚ୍ଚା ହେଉଛି। ମାତ୍ର ଆଗକୁ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେଲେ କେଉଁ କେଉଁ ନେତାଙ୍କୁ ବିଭାଗ ବଣ୍ଟନ କରାଯିବ ତାହା ଉପରେ ନଜର ରହିଛି  । ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ମୋହନ ମାଝି କେନ୍ଦୁଝରର ହୋଇଥିବାବେଳେ ଦୁଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଓ କେଭି ସିଂଦେଓ ଯଥାକ୍ରମେ ଜଗତସିଂହପୁର ଓ ବଲାଙ୍ଗୀର ଜିଲ୍ଲାର । 

ସେହିପରି ପୁରୀ, ସମ୍ବଲପୁର, ବରଗଡ଼, ନବରଙ୍ଗପୁର, ମୟୁରଭଞ୍ଜ, ଆସକା, ଯାଜପୁର, ଜଗତସିଂହପୁର, ଭଦ୍ରକ ସଂସଦୀୟ କ୍ଷେତ୍ରର ବିଧାୟକଙ୍କୁ ମିଳିଛି ମନ୍ତ୍ରିପଦ। ଏବେ ଆହୁରି ଛ'ଟି ମନ୍ତ୍ରିପଦ ଖାଲି ପଡିଛି। ଆଉ ସୁନ୍ଦରଗଡ଼, ବାଲେଶ୍ୱର, କଳାହାଣ୍ଡି, ଭୁବନେଶ୍ୱର, କଟକ, କନ୍ଧମାଳ, କେନ୍ଦ୍ରାପଡ଼ା ଓ କୋରାପୁଟ ସଂସଦୀୟ କ୍ଷେତ୍ରରୁ କେହି ବି ପାଇ ନାହାନ୍ତି ମନ୍ତ୍ରିପଦ। 

ମନ୍ତ୍ରିମଣ୍ଡଳ ପାଇଁ ବିଜେପି ରଣନୀତି
ମୁଖ୍ୟମନ୍ତ୍ରୀ - କେନ୍ଦୁଝର 
ପ୍ରଭାତୀ - ଜଗତସିଂପୁର 
କେଭି - ବଲାଙ୍ଗୀର 
ବିଭୁତି - ବ୍ରହ୍ମପୁର 
କୃଷ୍ଣ ପାତ୍ର - ଢେଙ୍କାନାଳ 
କୃଷ୍ଣ ମହାପାତ୍ର - ମୟୁରଭଞ୍ଜ 
ମୁକେଶ ମହାଲିଙ୍ଗ - ବଲାଙ୍ଗୀର
ନିତ୍ୟାନନ୍ଦ - ନବରଙ୍ଗପୁର 
ପୃଥ୍ୱୀରାଜ - ପୁରୀ 
ରବି ନାୟକ - ସମ୍ବଲପୁର 
ସୁରେଶ ପୂଜାରୀ - ବରଗଡ଼ 
ଗଣେଶ ଖୁଣ୍ଟିଆ - ମୟୁରଭଞ୍ଜ 
ଗୋକୁଳା ମଲ୍ଲିକ - ଆସ୍କା 
ପ୍ରଦୀପ ବଳସାମନ୍ତ - ଯାଜପୁର 
ସମ୍ପଦ ସ୍ୱାଇଁ - ଜଗତସିଂହପୁର 
ସୂର୍ୟ୍ୟବଂଶୀ ସୁରଜ - ଭଦ୍ରକ 

କେଉଁ ସଂସଦୀୟ କ୍ଷେତ୍ର ମନ୍ତ୍ରୀ ଶୂନ୍ୟ? 
ସୁନ୍ଦରଗଡ଼ 
ବାଲେଶ୍ୱର 
କଳାହାଣ୍ଡି 
ଭୁବନେଶ୍ୱର 
କଟକ 
କନ୍ଧମାଳ 
କେନ୍ଦ୍ରାପଡ଼ା 
କୋରାପୁଟ


--

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe