କନକ ବ୍ୟୁରୋ: ବନ୍ଧୁମିଳନ କାର୍ଯ୍ୟକ୍ରମ ଜରିଆରେ କୋରେଇରେ ଶକ୍ତି ପ୍ରଦର୍ଶନ କରିଛି ବିଜେଡି । ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟରେ ରଖି କୋରେଇ ବିଜେଡି ପକ୍ଷରୁ ସଠିପୁର କଲ୍ୟାଣ ମଣ୍ଡପରେ ବଂଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି  l ଏହି କାର୍ଯ୍ୟକ୍ରମରେ ଦଳର ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଛନ୍ତି ବରିଷ୍ଠ ନେତା । ବିଶେଷ କରି କୋରେଇରେ  ଅଶୋକ ଦାସ ଫାଉଣ୍ଡେସନ କାର୍ଯ୍ୟକ୍ରମ ଆରମ୍ଭ କରିବ ବୋଲି ପ୍ରକାଶ କରିଛନ୍ତି ପ୍ରଣବ ପ୍ରକାଶ ଦାସ । ଅଶୋକ ଦାସ ଫାଉଣ୍ଡେସନ ନେତୃତ୍ବରେ ଆଗାମୀ ଦିନରେ କୋରେଇ ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ବି କରାଯିବ। ସୁସ୍ଥ ସମାଜ ଗଠନ ଦିଗରେ ଅବହେଳିତ ଲୋକଙ୍କ ସ୍ୱର ଭାବେ କାର୍ଯ୍ୟ କରିବ ଅଶୋକ ଦାସ ଫାଉଣ୍ଡେସନ । 

Advertisment

ଏହି ଅବସରରେ ପ୍ରଣବ ପ୍ରକାଶ ଦାସଙ୍କ ଭାଷଣକୁ ନେଇ ରାଜନୈତକ ଚର୍ଚ୍ଚା ଆରମ୍ଭ ହୋଇଛି । ନିଜ ଭାଷଣରେ ବବି କହିଛନ୍ତି, ’ଯାଜପୁର ମୋ ପାଇଁ ଦେବକୀ ହେଲେ କୋରେଇ ଯଶୋଦା ମାଆ । ଏଇ କୋରେଇରୁ ମୋ ବାପା ଅଶୋକ ଦାସ ୮ଟି ଚିହ୍ନରେ ବିଜୟୀ ହୋଇଛନ୍ତି । ସେ ସବୁ ବେଳେ କହୁଥିଲେ, କ୍ଷମତା ଆସିବ ଯିବ କିନ୍ତୁ ସମ୍ପର୍କ  ଆସିଲେ ଯାଏନାହିଁ । କ୍ଷମତା ପଛରେ କେବେ ଗୋଡ଼େଇବୁ ନାହିଁ । ସମ୍ପର୍କ ପଛରେ ଧାଇଁବୁ, ଲୋକଙ୍କ ସେବା କରିବୁ’ । ବବିଙ୍କ ଏଭଳି ମନ୍ତବ୍ୟ ପରେ ଏବେ ଲୋକେ ପ୍ରଶ୍ନ କଲେଣି , ପୁଣି କ’ଣ କରୋଇ ମୁହାଁ ହେଲେଣି କି ବବି ଦାସ ?