କନକ ବ୍ୟୁରୋ: ଦୁଇ ଫାଳ ହୋଇଯିବ କି ମୟୂରଭଞ୍ଜ? କଳା, ସଂସ୍କୃତି ଓ ଐତିହ୍ୟର ମାଟି ମୟୂରଭଞ୍ଜ ଦୁଇ ଭାଗ ହେବା ଚର୍ଚ୍ଚା ଏବେ ଜୋର ଧରିଛି। ଓଡ଼ିଶାର ସର୍ବବୃହତ ଜିଲ୍ଲା ମୟୂରଭଞ୍ଜକୁ ଦୁଇ ଭାଗ କରିବାକୁ ସରକାର ଏକପ୍ରକାର ସୁନିଶ୍ଚିତ କରିଥିବା କୁହାଯାଇଛି । ମୟୂରଭଞ୍ଜର ବାମନଘାଟି ଓ ପାଞ୍ଚପିଢ଼ ୨ଟି ଉପଖଣ୍ଡରେ ରହିଥିବା ୧୨ଟି ବ୍ଲକକୁ ନେଇ ଆଉ ଏକ ଜିଲ୍ଲା ଘୋଷଣା ହେବା ନେଇ ଚର୍ଚ୍ଚା ହେଉଛି। ଏହାକୁ ନେଇ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ଦେଇଛନ୍ତି ମୟୂରଭଞ୍ଜ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ । କହିଛନ୍ତି ମୟୂରଭଞ୍ଜ ଜିଲ୍ଲାକୁ ଭାଗ ଭାଗ ହେବାକୁ ଦିଆଯିବ ନାହିଁ । ରାଇରଙ୍ଗପୁର ଓ ବାରିପଦାକୁ ଅଲଗା ଅଲଗା ଜିଲ୍ଲା ଘୋଷଣା କରାଗଲେ ମୟୂରଭଞ୍ଜର ନାମ ହଜିଯିବ। ଏହା କରିବାକୁ ଦିଆଯିବ ନାହିଁ ବୋଲି କହିଛନ୍ତି ମହାରାଜ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ।

ଦୁଇ ଫାଳ ହୋଇଯିବ କି ମୟୂରଭଞ୍ଜ...?

Advertisment

ଜିଲ୍ଲା ବିଭାଜନକୁ ନେଇ ମୁହଁ ଖୋଲିଲେ ବଂଶର ଉତ୍ତରାଧିକାରୀ
ମୟୂରଭଞ୍ଜ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ
'ଜିଲ୍ଲାକୁ ଭାଗ ଭାଗ ହେବାକୁ ଦେବୁ ନାହିଁ'
ରାଇରଙ୍ଗପୁର ଓ ବାରିପଦା ଦୁଇଟି ଜିଲ୍ଲା ହେଲେ ହଜିଯିବ ମୟୂରଭଞ୍ଜ
ଏହା କରିବାକୁ ଦିଆଯିବ ନାହିଁ

ଭାଗ ଭାଗ ହେବ ତତ୍କାଳୀନ ଗଡ଼ଜାତ ରାଜ୍ୟ ମୟୂରଭଞ୍ଜ!

ପ୍ରାୟ ୧୦ହଜାର ୫ଶହ ବର୍ଗ କି.ମି ବ୍ୟାପି ଓଡ଼ିଶାର ସର୍ବବୃହତ ଜିଲ୍ଲା
ବାରିପଦା, କପ୍ତିପଦା, ବାମନଘାଟି ଓ ପଞ୍ଚପିଢ଼' ୪ଟି ଉପଖଣ୍ଡକୁ ନେଇ ମୟୂରଭଞ୍ଜ ଜିଲ୍ଲା 
ଜିଲ୍ଲାରେ ୨୬ଟି ବ୍ଲକ୍, ୪୦୪ଟି ପଞ୍ଚାୟତ ଏବଂ ୯ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ରହିଛି
ଜିଲ୍ଲାର ୭ଟି ବିଧାନସଭା ଆସନକୁ ନେଇ ମୟୂରଭଞ୍ଜ ସଂସଦୀୟ କ୍ଷେତ୍ର 
ବଡ଼ସାହି ନିର୍ବାଚନ ମଣ୍ଡଳୀ ବାଲେଶ୍ବର 
କରଞ୍ଜିଆ ନିର୍ବାଚନ ମଣ୍ଡଳୀ କେନ୍ଦୁଝର ସଂସଦୀୟ କ୍ଷେତ୍ରରେ ରହିଛି
ମୟୂରଭଞ୍ଜକୁ ଦୁଇଟି ଜିଲ୍ଲାରେ ବିଭକ୍ତ କରିପାରନ୍ତି ସରକାର
ବାମନଘାଟି ଓ ପାଞ୍ଚପିଢ଼ ଉପଖଣ୍ଡରେ ଥିବା ୧୨ଟି ବ୍ଲକ୍‌କୁ ନେଇ ନୂଆ ଜିଲ୍ଲା ଘୋଷଣା ଚର୍ଚ୍ଚା
ଜିଲ୍ଲା ବିଭାଜନକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଜିଲ୍ଲାବାସୀ
କିଛି ଲୋକ ସପକ୍ଷରେ, କିଛି ଅଛନ୍ତି ବିପକ୍ଷରେ