ମାଆଙ୍କ ପୀଠରେ ମହାପ୍ରଭୁଙ୍କ ଚର୍ଚ୍ଚା, ଜଗତସିଂହପୁର ଶାରଳା ପୀଠରେ ଜଗନ୍ନାଥ ପଞ୍ଚରାତ୍ର ମହୋତ୍ସବ..

Advertisment

ସାମିଲ ହେଲେ ଶ୍ରୀଜୀଉଙ୍କ ଆଦ୍ୟସେବକ, ଝଙ୍କଡ଼ ବାସିନୀଙ୍କ ଆଳତି କଲେ ଗଜପତି ମହାରାଜ ଦିବ୍ୟସିଂହ ଦେବ..

ସାମିଲ ହେଲେ ଶ୍ରୀଜୀଉଙ୍କ ଆଦ୍ୟସେବକ, ଝଙ୍କଡ଼ ବାସିନୀଙ୍କ ଆଳତି କଲେ ଗଜପତି ମହାରାଜ ଦିବ୍ୟସିଂହ ଦେବ..

ଶାରଳା ପୀଠରେ ଜଗନ୍ନାଥଙ୍କ ଆଦ୍ୟସେବକ

ଶାରଳା ପୀଠରେ ଜଗନ୍ନାଥଙ୍କ ଆଦ୍ୟସେବକ Photograph: (kanakNews)

କନକ ବ୍ୟୁରୋ: ମା' ଶାରଳାଙ୍କ ପୀଠରେ ଜଗନ୍ନାଥଙ୍କ ୨୪ ବେଶ । ଦର୍ଶନ କରି ଶ୍ରଦ୍ଧାଳୁ ଭାବ ବିହ୍ୱଳ । ମା' ପାଖରେ ବସି ବିଶ୍ୱନିୟନ୍ତାଙ୍କ କଥା ଶ୍ରବଣ କରିବା ଭାଗ୍ୟରେ ଥିଲେ ମିଳେ । ଆଉ ଯେବେବେଳେ ଘର ପାଖରେ ଏ ସୁଯୋଗ ମିଳୁଛି, ତାକୁ କିଏ ବା କେମିତି ହାତ ଛଡ଼ା କରିବେ । ଜଗତସିଂହପୁର ଝଙ୍କଡ଼ ସ୍ଥିତ ଅଧିଷ୍ଠାତ୍ରୀ ଦେବୀ ମା ଶାରଳାଙ୍କ ପୀଠରେ ଆରମ୍ଭ ହୋଇଛି ଜଗନ୍ନାଥ ମହୋତ୍ସବ ।

ମାର୍ଚ୍ଚ ୫ତାରିଖ ଠାରୁ ଆରମ୍ଭ ହୋଇଥିବା ଜଗନ୍ନାଥ ପଞ୍ଚରାତ୍ର ମହୋତ୍ସବରେ ସାଧୁସନ୍ଥଙ୍କ ସମ୍ମିଳନୀ, ପ୍ରବଚନ ଶୁଣି କୃତାର୍ଥ ହୋଇଛନ୍ତି ସ୍ରୋତା ।  ଆସନ୍ତା ୧୦ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ମହୋତ୍ସବ । ଉଦଘାଟନୀ ଉତ୍ସବରେ ସାମିଲ ହୋଇଥିଲେ ଗଜପତି ମହାରାଜ ଦିବ୍ୟସିଂହ ଦେବ । ମୁଖ୍ୟ ପୁରୋଧା ଭାବେ ସେ ମାଆ ଶାରଳାଙ୍କ ଆରତୀ କରିବା ସହିତ ମହାପ୍ରଭୁ ଜଗନ୍ନାଥଙ୍କ ଆରତୀ କରିଥିଲେ । ପରେ ମହୋତ୍ସବ ମଞ୍ଚରେ ପୁରୀର ଶ୍ରୀ ରାଧା ବଲ୍ଳବ ମଠ ମହନ୍ତ, ସନ୍ଥ ଶ୍ରୀ ସତ୍ୟାନନ୍ଦ ଦାସ ମହାରାଜ ଏବଂ ଶ୍ରୀ ଗଜପତି ମହାରାଜ ଆଶ୍ରିବଚନ ପ୍ରଦାନ କରିଥିଲେ । ଉତ୍ସବ ସ୍ଥଳରେ ଆୟୋଜିତ ମହାପ୍ରଭୁ ଜଗନ୍ନାଥଙ୍କ ୨୪ବେଶ ଓ ୫୬ଭୋଗକୁ ହଜାର ହଜାର ଭକ୍ତ ଦର୍ଶନ କରିବା ସହିତ ମହାପ୍ରଭୁଙ୍କ ପ୍ରିୟ ଗୀତ ଗୋବିନ୍ଦ ଧ୍ୱନୀରେ ଭାବ ବିହ୍ଵଳ ହୋଇଥିଲେ ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe