କନକ ବ୍ୟୁରୋ : ୨୦୨୫ ସୁଦ୍ଧା ସବୁ ରାଜସ୍ବ ଗାଁକୁ ହେବ ବିଜୁଳି ଯୋଗାଣ। ଗ୍ରାମାଚଂଳର ବିଜୁଳି ସମସ୍ୟାକୁ ନେଇ ତେଲକୋଇ ବିଧାୟକ ଫକୀର ମୋହନ ନାୟକ ଏବଂ ଘସିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ। ଅପହଁଚ ଅଂଚଳରେ ବିଦ୍ୟୁତ୍ ସଂଯୋଗ ଲାଗି ଓରେଡ଼ା ଦାୟିତ୍ଵରେ ଥିବା ଜିଲ୍ଲାସ୍ତରୀୟ କମିଟି ନିୟମିତ କାହିଁକି ବସୁନାହିଁ। କେବେ ସୁଦ୍ଧା ସବୁ ଗାଁକୁ ବିଦ୍ୟୁତ୍ ସଂଯୋଗ କରାଯିବ ବୋଲି ପ୍ରଶ୍ନ କରିଥିଲେ ବିଜେଡ଼ି ବିଧାୟକ ବଦ୍ରି ପାତ୍ର । ଏହାର ଉତରରେ ଶକ୍ତି ମନ୍ତ୍ରୀ କେଭି ସିଂହ ଦେଓ କହିଛନ୍ତି, ୨୪ ବର୍ଷ ବିଜେଡି ସରକାରରେ ଥିଲେ, ଆମେ ତିନି ମାସ ହେବ ଆସିଚୁ ଜ୍ଝ କାହିଁକି ଜିଲ୍ଲାସ୍ତରୀୟ କମିଟି ନିୟମିତ ବସୁ ନଥିଲା ସେ କଥା ଆପଣ କହିପାରିବେ... କିନ୍ତୁ ଆମେ ଆଶ୍ୱାସନା ଦେଉଛୁ ଏଣିକି ନିୟମିତ ବସିବ କମିଟି ବୈଠକ......
ଗୃହରେ କୃଷି ଓ ବିଦ୍ୟୁତ୍ ବିଭାଗର ଆଲୋଚନା । ୨୦୨୫ ସୁଦ୍ଧା ସମସ୍ତ ରାଜସ୍ୱ ଗ୍ରାମକୁ ବିଜୁଳି ପହଂଚାଇବାକୁ ଉପମୁଖ୍ୟମନ୍ତ୍ରୀଙ୍କ ଘୋଷଣା
Advertisment
Follow Us