କନକ ବ୍ୟୁରୋ: କରୋନା ସ୍ଥିତିକୁ ନେଇ ସଚିବ ଓ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ମଧ୍ୟରେ ଆଲୋଚନା । ନୂଆ କୋଭିଡ଼ ଭୁତାଣୁ ଚିହ୍ନଟ ନେଇ ବିଭାଗୀୟ ସଚିବଙ୍କୁ ରିପୋର୍ଟ ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ । ଆଜି ଓଡ଼ିଶାରେ ଜଣେ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏହାକୁ ନେଇ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଦେଶରେ କୋଭିଡ୍ ସଂଖ୍ୟା ବଢ଼ୁଥିବା ବେଳେ ଓଡ଼ିଶାରେ ବି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
୩ ବର୍ଷର ବ୍ୟବଧାନ ପରେ ଓଡ଼ିଶାକୁ କରୋନା ଫେରିଛି । ଭୁବନେଶ୍ବରରେ ଜଣେ ବୟସ୍କ ପୁରୁଷ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେ କିଛି ଦିନ ପୂର୍ବରୁ ଦିଲ୍ଲୀରୁ ଭୁବନେଶ୍ବର ଫେରିଥିଲେ । ବର୍ତ୍ତମାନ ତାଙ୍କୁ ସଙ୍ଗରୋଧରେ ରଖାଯାଇଛି ।