ଗୋଟିଏ ପଟେ ହଇଜା, ଅନ୍ୟପଟେ ଖୋଲିବ ସ୍କୁଲ; କେତେ ନିରାପଦ ପିଲା ?

Advertisment

ପ୍ରଶାସନ ପକ୍ଷରୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ କି ବ୍ୟବସ୍ଥା ହୋଇଛି? ମଧ୍ୟାହ୍ନ ଭୋଜନ ନେଇ କ’ଣ ରହିଛି ମାନଦଣ୍ଡ? 

ପ୍ରଶାସନ ପକ୍ଷରୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ କି ବ୍ୟବସ୍ଥା ହୋଇଛି? ମଧ୍ୟାହ୍ନ ଭୋଜନ ନେଇ କ’ଣ ରହିଛି ମାନଦଣ୍ଡ? 

ଖୋଲିବ ସ୍କୁଲ; କେତେ ନିରାପଦ ପିଲା ?

ଖୋଲିବ ସ୍କୁଲ; କେତେ ନିରାପଦ ପିଲା ? Photograph: (KANAK NEWS)

କନକ ବ୍ୟୁରୋ: ରଜ ସରିଲା ପରେ ଏବେ ସ୍କୁଲ ଖୋଲିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି । ୧୮ ତାରିଖ ପରିବର୍ତ୍ତେ  ୨୦ ତାରିଖରେ ଖୋଲିବ ବୋଲି ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ଡାଇରିଆରେ ସାରା ରାଜ୍ୟ ଆକ୍ତାମାକ୍ତା ହେଉଥିବା ଭିତରେ ସ୍କୁଲ ଖୋଲିବ । ଶିଶୁବାଟିକାରୁ ଆରମ୍ଭ କରି ଦ୍ବାଦଶ ଯାଏଁ ପ୍ରାୟ ୫୦ ଲକ୍ଷ ପିଲା ସ୍କୁଲ ଯିବେ । ତେଣୁ ଡାଇରିଆ ଓ ହଇଜା ବ୍ୟାପୁଥିବାବେଳେ ସ୍କୁଲଗୁଡ଼ିକରେ କେତେ ପ୍ରତିଷେଧକମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି ସେ ନେଇ ଏବେ ଆଲୋଚନା ଆରମ୍ଭ ହୋଇଛି ।

  • ଗୋଟିଏ ପଟେ ହଇଜା, ଅନ୍ୟପଟେ ଖୋଲିବ ସ୍କୁଲ
  • ମୁକୁଳା ପଡ଼ିଛି ସ୍କୁଲ ପରିସର, କେତେ ନିରାପଦ ପିଲା ?

ଉଦାହରଣ ଭାବେ, କେନ୍ଦ୍ରାପଡା ଶ୍ୟାମସୁନ୍ଦରପୁର ପ୍ରାଥମିକ ସ୍କୁଲକୁ ନିଆଯାଉ । ଏଠାରେ ସ୍କୁଲ ପରିସର ପରିତ୍ୟକ୍ତ । ୩ଟି ପାଣି ଟାଙ୍କି କେବେଠାରୁ ସଫା ହୋଇନି । ଦୁଇଟି ନଳକୂଅରୁ ଗୋଟିଏ ଖରାପ । ୬ଟି ପାଇଖାନା ପରିତ୍ୟକ୍ତ ଅବସ୍ଥାରେ ଅଛି । ପାଣି ବିଶୋଧନ ହୋଇନି । ତେଣୁ ସ୍କୁଲ ଖୋଲିଲେ କେଉଁ ପାଣିରେ ମଧ୍ୟାହ୍ନ ଭୋଜନ ହେବ ଓ ପିଲା କିଭଳି ପାଣି ପିଇବେ ତାହା ଚିନ୍ତାଜନକ ବିଷୟ । ସେହିପରି ଯାଜପୁରର ସ୍ଥିତି ନ କହିବା ଭଲ । ପ୍ରାୟ ସମସ୍ତ ସ୍କୁଲରେ ନଳକୂପ ରହିଥିଲେ ବି ସୁରକ୍ଷିତ ହୋଇନଥିବାରୁ ଅଭିଭାବକଙ୍କ ଚିନ୍ତା ବଢ଼ିଛି । ପିଲାଙ୍କୁ କେମିତି ସ୍କୁଲ ପଠାଇବେ ସେ ନେଇ ଦ୍ବନ୍ଦ୍ବରେ ପଡିଛନ୍ତି । 

ଏପଟେ ଯାଜପୁର ସମେତ ୯ ଜିଲ୍ଲାକୁ ବ୍ୟାପିଲାଣି ଡାଇରିଆ । ଏଭଳି ସ୍ଥିତିରେ ସ୍କୁଲ ଖୋଲିଲେ ପିଲାଙ୍କ ନିରାପତ୍ତା ଅଭିଭାବକଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । କାରଣ ସ୍କୁଲକୁ ଯାଉଛନ୍ତି ରାଜ୍ୟର ପ୍ରାୟ ୬୦ଲକ୍ଷରୁ ଅଧିକ ପିଲା । ତେଣୁ ପ୍ରଶ୍ନ ଉଠୁଛି, ପ୍ରଶାସନ ପକ୍ଷରୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ କି ବ୍ୟବସ୍ଥା ହୋଇଛି? ମଧ୍ୟାହ୍ନ ଭୋଜନ ନେଇ କ’ଣ ରହିଛି ମାନଦଣ୍ଡ? 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe