କନକବ୍ୟୁରୋ : ମଧୁବାବୁ ପେନ୍‌ସନ୍‌ ଯୋଜନାରେ ଗରିବ ହିତାଧିକାରୀଙ୍କୁ ଭତ୍ତା ଯୋଗାଇ ଦିଆଯାଉଛି ।  ହେଲେ ଆଜି ବି ଯୋଜନା ଠିକ୍‌ ଭାବେ କାର୍ଯ୍ୟକାରୀ ହୋଇପାରୁନି । ମାସ ମାସ ଧରି ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଭତ୍ତା ଟଙ୍କା ଆସୁନି  ।  ବାରମ୍ବାର ପଞ୍ଚାୟତକୁ ଆସି ଲୋକ ନିରାଶ ହେଉଛନ୍ତି । ଏଭଳି ସାଂଘାତିକ ଅଭିଯୋଗ ଆସିଛି  କଟକ ସାଲେପୁର ନାଇଗୁଆଁ ପଞ୍ଚାୟତରୁ ଆସିଛି ଏମିତି କିଛି ଅଭିଯୋଗ । ବାରମ୍ବାର ଅଭିଯୋଗ ପରେ ବି ମିଳୁନି ଭତ୍ତା