କନକ ବ୍ୟୁରୋ : ବାପାଙ୍କ କାଖରେ ପୁଅ,ବର୍ଷେ କି ଦୁଇ ବର୍ଷର ନୁହେଁ । ୧୪ ବର୍ଷର ଦିବ୍ୟାଙ୍ଗ ପୁଅ । ପୁଅକୁ କାଖେଇ ହାତରେ ଦିବ୍ୟାଙ୍ଗ ପ୍ରମାଣପତ୍ର ଧରି ଏ ଅଫିସରୁ ସେ ଅଫିସ ଘୁରି ବୁଲୁଛନ୍ତି ବାପା । ପୁଅକୁ ଖୁଆଇ ଦେବା ପାଇଁ ହାତରେ ଗିନା ଚାମଚ ମଧ୍ୟ ଧରିଛନ୍ତି । କାରଣ ଏ ପୁଅ ନିଜେ ଚାଲି ପାରିବ ନାହିଁ, କି ଖାଇପାରିବ ନାହିଁ । ସେ ଶତପ୍ରତିଶତ ଦିବ୍ୟାଙ୍ଗ ତେଣୁ ପୁଅର ୩୫ଶହ ଭତା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିଛନ୍ତି ।
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଘିଚାପାଲୀ ଗାଁର ସୁରୁବାବୁ ମଲ୍ଲିକ । ସରକାରଙ୍କ ଘୋଷଣା ଅନୁସାରେ ସୁରୁବାବୁଙ୍କ ଦିବ୍ୟାଙ୍ଗ ପୁଅ ଭତ୍ତା ବାବଦରେ ୩୫ଶହ ଟଙ୍କା ପାଇବା କଥା କିନ୍ତୁ ତାଙ୍କୁ ଏବେ ୧୦୦ ଟଙ୍କା ଭତ୍ତା ମିଳୁଛି । ତେଣୁ ଏ ଅଫିସରୁ ସେ ଅଫିସ ବୁଲିବୁଲି ନୟାନ୍ତ ହେଲେଣି ବାପା-ପୁଅ । ବ୍ଲକ କାର୍ଯ୍ୟାଳୟରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଧାଉଁଛନ୍ତି । ହେଲେ କେହି କେବେ ଶୁଣୁନଥିବା ଅଭିଯୋଗ କରିଛନ୍ତି । ଜିଲ୍ଲାପାଳଙ୍କୁ ଭେଟି ଗୁହାରୀ କରିବାକୁ ଆସିଥିଲେ ମଧ୍ୟ ଭେଟ ନପାଇ ନିରାଶରେ ଫେରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/03/11/SKlUBBdeo7QVoYIEHEyl.jpg)