କନକ ବ୍ୟୁରୋ : ଏ ଦୁନିଆକୁ ସେ ଠିକ ଭାବରେ ଦେଖିପାରନ୍ତିନି । ସେଥିପାଇଁ ପତି ପତ୍ନୀ ନିଜ ନିଜର ସାହାରା ସାଜିଛନ୍ତି । କେବେ କାହାର ଅମଙ୍ଗଳ ଚିନ୍ତା ବି କରନ୍ତିନି । ହେଲେ ତାଙ୍କୁ ବି ଏ ସମାଜର କିଛି ଅମଣିଷ ଛାଡ଼ିଲେନି । ଭିନ୍ନକ୍ଷମର ଫାଇଦା ନେଇ କେହି ଦୁର୍ବୃତ୍ତ ତାଙ୍କ ନାଁରେ ଲୋନ୍ ଉଠାଇ ନେଇଛନ୍ତି । ଏବେ କରିବେ କଣ? ଏତେ ଟଙ୍କା କେଉଁଠୁ ଆଣି ସୁଝିବେ ? ପ୍ରଶାସନଠୁ ଆରମ୍ଭ କରି ପୁଲିସ ସବୁଠି ନିଜ ଗୁହାରି ଜଣାଇସାରିଲେଣି , ହେଲେ ଫାଇଦା ମିଳୁନି ।
କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ ଦଶିପୁର ଗ୍ରାମ ପଞ୍ଚାୟତ ଅର୍ନ୍ତଗତ ପଳାସପୁର ଗ୍ରାମର ଶାନ୍ତିଲତା ମଲ୍ଲିକଙ୍କ ଭିନ୍ନକ୍ଷମ ପୁଅ ସୋନୁଙ୍କ ପତ୍ନୀ ରିଙ୍କି ମଲ୍ଲିକଙ୍କ ନାମରେ ଚଞ୍ଚକତା କରି ଦୁର୍ବୃତ୍ତମାନେ ୮୫ ହଜାର ଟଙ୍କା ଋଣ ଉଠାଇ ନେଇଥିବା ମାର୍ଶାଘାଇ ଥାନାରେ ଅଭିଯୋଗ ହୋଇଛି । ସୋନୁ ଓ ତାଙ୍କର ପତ୍ନୀ ଭିନ୍ନକ୍ଷମ ହୋଇଥିବା ବେଳେ ଭଙ୍ଗା ଦଦରା ଜରିପାଲ ପକାଯାଇଥିବା ଘରେ ନିଜ ପରିବାର ସହିତ ୭୦ ବର୍ଷିୟା ବୁଢ଼ୀ ମା’ଙ୍କୁ ନେଇ ରୁହନ୍ତି ।
ଆହୁରି ପଢ଼ନ୍ତୁ : କ୍ରିକେଟରେ କରୁଥିଲେ ରାଜ୍, ତାଙ୍କ ନାଁ ଯୁବରାଜ: ବିଶ୍ୱ ବିଜେତାଙ୍କୁ ଜନ୍ମ ଦିନର ଶୁଭେଚ୍ଛା
ସୋନୁ ବୁଲି ବୁଲି ବାଜା ବଜାଇ ଭଜନ ଗାଇ ବସରେ ଭିକ୍ଷାକରି ନିଜର ପରିବାର ଚଳାନ୍ତି । ହେଲେ ଏକ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାର କର୍ମଚାରୀ ଋଣ କିସ୍ତି ଆଦାୟ କରିବାକୁ ସୋନୁଙ୍କ ଘରେ ପହଁଚିବା ପରେ ତାଙ୍କ ପତ୍ନିଙ୍କ ନାମରେ ଋଣ ହୋଇଥିବା ସେ ଜାଣିବାକୁ ପାଇଥିଲେ । ଋଣ କଥା ଶୁଣି ସୋନୁଙ୍କ ପାଦତଳୁ ସତେ ଯେପରି ମାଟି ଖସିଯାଇଥିଲା । ତାଙ୍କ ପତ୍ନୀଙ୍କ ନାମରେ ଋଣ କିଏ ଉଠାଇଲା କଣପାଇଁ ଉଠାଇଲା ସୋନୁ କିଛି ଜାଣି ପାରୁନାହାନ୍ତି ବୋଲି କହିଛନ୍ତି ।
ସୋନୁ ତାଙ୍କ ପତ୍ନୀଙ୍କ ନାମରେ ଋଣ ଉଠିଥିବା ଜାଣିବା ପରେ ତାଙ୍କର ଓ ପରିବାର ଲୋକମାନଙ୍କ ଆଖିରୁ ନିଦ ହଜିଯାଇଛି । ଏତେ ଗୁଡାଏ ଟଙ୍କା ଆଣିବେ କେଉଁଠୁ ଋଣ ସୁଝିବେ କିପରି ଚିନ୍ତାରେ ପଡିଛନ୍ତି । ଏନେଇ ସୋନୁ ମହାକାଳପଡା ବ୍ଲକ କାର୍ଯ୍ୟାଳୟରେ ହୋଇଥିବା ଜନ ଶୁଣାଣି ଶିବିରରେ ପହଁଚି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିବା ସହିତ ମାର୍ଶାଘାଇ ଥାନାରେ ମଧ୍ୟ ଏତଲା ଦେଇଛନ୍ତି । ଏତଲା ପରେ ମାର୍ଶାଘାଇ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଘରୋଇ ଅର୍ଥ ଲଗାଣକାରୀ କମ୍ପାନିର ଅଧିକାରୀଙ୍କ ମତାମତ ନେବାରୁ ସେ କହିଛନ୍ତି ଆମର ଋଣ ଚଞ୍ଚକତା ଘଟଣାରେ ସମ୍ପୃକ୍ତି ନାହିଁ । ଯଦି ମାର୍ଶାଘାଇ ଥାନାରେ ଏତଲା ଦିଆହେଇଛି ଆମେ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବୁ । ଭିନ୍ନକ୍ଷମ ସୋନୁଙ୍କ ପତ୍ନୀ ରିଙ୍କିଙ୍କ ଅଜାଣତରେ ତାଙ୍କ ନାମରେ ରୁଣ ଉଠାଇ ଥିବା ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୁଲିସ ପ୍ରଶାସନ ନିକଟରେ ଦାବି କରିଛନ୍ତି ଗ୍ରାମବାସି, ଭିନ୍ନକ୍ଷମ ସୋନୁ ଓ ତାଙ୍କର ପତ୍ନୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/12/12/disable-couple-2025-12-12-12-44-17.png)