କନକ ବ୍ୟୁରୋ : ରାଜ୍ୟରେ ଦିନକୁ ଦିନ ମହିଳାଙ୍କ ସହ ଦୁଷ୍କର୍ମ ମାମଲା ବଢିବାରେ ଲାଗିଛି । କେଉଁଠି ଏକୁଟିଆ ମହିଳାଙ୍କୁ ପାଇ ବର୍ବରମାନେ ସେମାନଙ୍କୁ ଦୁଷ୍କର୍ମ କରୁଛନ୍ତି ତ କେଉଁଠି ସଂପର୍କର ସୁଯୋଗ ନେଇ ପିଶାଚମାନେ ସେମାନଙ୍କ ସହ ଖରାପ କାମ କରିବାକୁ ପଛାଉନାହାଁନ୍ତି । ହେଲେ ପରାଦୀପ ଥାନା କୁଜଙ୍ଗ ଅଞ୍ଚଳରେ ଯାହା ଘଟିଛି ତାହା କେବଳ ରାଜ୍ୟ କିମ୍ବା ଦେଶ ପାଇଁ ଲଜ୍ଜା ନୁହେଁ ବରଂ ମଣିଷ ସଭ୍ୟତାର ଏକ କଳଙ୍କ । କୁଜଙ୍ଗ ଅଞ୍ଚଳର ଜଣେ ବିବାହିତ ଯୁବକ ନିଜର ପତ୍ନୀ ଘରେ ନଥିବା ବେଳେ ପଡୋଶୀରେ ରହୁଥିବା ଜଣେ ଦିବ୍ୟାଙ୍ଗ ନାବାଳିକାକୁ ଘରକୁ ଡାକି ତା ସହ ଦୁଷ୍କର୍ମ କରିଛି ଏହି ବର୍ବର ଯୁବକ ଜଣଙ୍କ । ଏନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣାର ତଦନ୍ତ କରୁଛି ।