ପୁଷ୍ପା ଟୁ ରିଲିଜ ବେଳେ ଦଳାଚକଟା ଘଟଣା । ବଢୁଥିବା ବିବାଦ ସମୟରେ ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ସମର୍ଥନରେ ବାହାରିଲେ ନିର୍ଦ୍ଦେଶକ ରାମଗୋପାଳ ବର୍ମା ।  ସୋସିଆଲ ମିଡିଆରେ ମତ ରଖି କହିଲେ ସେନାଷ୍ଟାର୍ ଓ ଭଗବାନ ଆସିଲେ ଭିଡ଼ ହେବା ସ୍ୱଭାବିକ, ଦେଶରେ ଏଭଳି ଦଲାଚକଟା ଘଟଣା ପ୍ରଥମ ନୁହେଁ । ନିର୍ଦ୍ଦେଶକଙ୍କ ଟୁଇଟକୁ ନେଇ ଦୁଇଫାଳ ଅଲ୍ଲୁଅର୍ଜୁନଙ୍କ ପ୍ରଶଂସକ । ସେପଟେ ପୀଡିତାଙ୍କ ପରିବାର କଲା ନ୍ୟାୟ ଦାବି ।

Advertisment

ପୁଷ୍ପା ଟୁ ରିଲିଜ ବେଳେ ଦଳାଚକଟା ଘଟଣା । ବଢୁଥିବା ବିବାଦ ସମୟରେ ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ସମର୍ଥନରେ ବାହାରିଲେ ନିର୍ଦ୍ଦେଶକ ରାମଗୋପାଳ ବର୍ମା । ଘଟଣାରେ ଅଭିନେତାଙ୍କ କୌଣସି ଭୁଲ୍ ନଥିବା କହିଛନ୍ତି ରାମ ଗୋପାଳ । ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ସେ ଲେଖିଛନ୍ତି ...

ଅଭିନେତା ଓ ଭଗବାନଙ୍କ ପାଇଁ ଭିଡ଼
‘ପୁଷ୍ପା-ଟୁ’ ରିଲିଜ୍ ବେଳେ ଦଳାଚକଟା ଘଟଣା ଦୁର୍ଭାଗ୍ୟଜନକ
କିନ୍ତୁ ଏଥିପାଇଁ ଅଭିନେତାଙ୍କୁ ଦାୟୀ କହିବା ‘ହାସ୍ୟାସ୍ପଦ’
‘ଅଭିନେତା ଓ ଭଗବାନ ଯେଉଁଠି ସେଠି ଭିଡ଼ ହେବା ସ୍ବାଭାବିକ’
‘ଦେଶରେ ଦଳାଚକଟା ସାଧାରଣ ଘଟଣା, ଏଇଟା ପ୍ରଥମ ନୁହେଁ’
ରାମଗୋପାଳ, ଅଭିନେତାଙ୍କୁ ସମର୍ଥନ କରି ପୁଲିସର ଦୋଷ କାଢିଛନ୍ତି

ସେପଟେ ଦଳାଚକଟା ଘଟଣାରେ ପୁଲିସ ତଦନ୍ତ କରି ସନ୍ଧ୍ୟା ଥିଏଟରର ୩ ଜଣ ସଦସ୍ୟଙ୍କୁ ଗିରଫ କରିଛି । ଡିସେମ୍ବର ୪ରେ ଫିଲ୍ମ ରିଲିଜ ବେଳେ ଅଭିନେତା ଓ ଫିଲ୍ମର ଅନ୍ୟ ସଦସ୍ୟ ପହଞ୍ଚିବା ବେଳେ ଘଟିଥିଲା ଭୟଙ୍କର ଦଲାଚକଟା ସ୍ଥିତି । ଏଥିରେ ୩୦ ବର୍ଷୀୟ ହାଇଦ୍ରାବାଦ ନିବାସୀ ରେଭତୀଙ୍କ ମୃତ୍ୟୁ ଘଟିଥିବା ବେଳେ ଏବେବି ତାଙ୍କ ଶିସୁପୁତ୍ର ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଅନ୍ୟପଟେ ପୀଡିତଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ସହାୟତା ଦେଇଥିବା ଦାବି କରିଛନ୍ତି ଅଭିନେତା ଅଲ୍ଲୁ ଅର୍ଜୁନ ।