କନକବ୍ୟୁରୋ : ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଆସିଲା ଆଉ ଏକ ଦୁଃଖଦ ଖବର । ବଲିଉଡକୁ ପ୍ରଥମ ‘ଡନ୍’ ଦେଇଥିବା ନିର୍ଦ୍ଦେଶକ ଆଉ ଦୁନିଆରେ ନାହାନ୍ତି । ୧୯୭୮ ମସିହାରେ ‘ଡନ୍’ ଫିଲ୍ମ ତିଆରି କରିଥିବା ନିର୍ଦ୍ଦେଶକ ଚନ୍ଦ୍ର ବାରୋଟଙ୍କ ୮୬ ବର୍ଷ ବୟସରେ ଦେହାନ୍ତ ହୋଇଛି । ସେ ତାଙ୍କ କ୍ୟାରିଅରରେ କେବଳ ଗୋଟିଏ ବଡ଼ ଫିଲ୍ମ ତିଆରି କରିଥିଲେ ଯାହା ସୁପରହିଟ୍ ହୋଇଥିଲା ।
ଫିଲ୍ମର ଗୀତଗୁଡ଼ିକୁ ମଧ୍ୟ ବହୁତ ପସନ୍ଦ କରାଯାଇଥିଲା ଏବଂ ଆଜି ମଧ୍ୟ ଏହି ଫିଲ୍ମର ସିକ୍ୱେଲ୍ ତିଆରି ହେଉଛି । ଏହି ଦୁଃଖଦ ଅବସରରେ, ଡନ୍ ଫ୍ରାଞ୍ଚାଇଜିକୁ ଏକ ନୂତନ ଦିଗଦର୍ଶନ ଦେଇଥିବା ଫରହାନ୍ ଅଖତର ମଧ୍ୟ ତାଙ୍କ ମୃତ୍ୟୁରେ ମୂଳ ଫିଲ୍ମର ନିର୍ମାତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।
ଆଉ ନାହାନ୍ତି ନିର୍ଦ୍ଦେଶକ ଚନ୍ଦ୍ର ବାରୋଟ : ୮୬ବର୍ଷ ବୟସରେ ପରଲୋକ
ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଆସିଲା ଆଉ ଏକ ଦୁଃଖଦ ଖବର । ବଲିଉଡକୁ ପ୍ରଥମ ‘ଡନ୍’ ଦେଇଥିବା ନିର୍ଦ୍ଦେଶକ ଆଉ ଦୁନିଆରେ ନାହାନ୍ତି
/kanak/media/media_files/2025/07/21/don-2025-07-21-09-45-36.jpg)