କନକ ବ୍ୟୁରୋ: ଗଞ୍ଜାମବାସୀଙ୍କୁ ଗୁଜରାଟ ଯିବା ଏବେ ହେବ ସହଜ । ଲୋକେଙ୍କ ଆବଶ୍ୟକତାକୁ ଆଖି ଆଗରେ ରଖି ବ୍ରହ୍ମପୁରରୁ ଗୁଜରାଟକୁ ଗଡ଼ିଛି ଅମୃତ ଭାରତ ଏକ୍ସପ୍ରେସ । ପ୍ରତ୍ୟେକ ଦିନ ସୋମବାର ଏହି ଟ୍ରେନ ସୁରଟ ଯିବ ।
ଗଞ୍ଜାମ ଜିଲ୍ଲାବାସୀଙ୍କ ଦୀର୍ଘଦିନର ଦାବି ପୂରଣ ହୋଇଛି । ବ୍ରହ୍ମପୁରରୁ ସୁରଟର ଉଧନାକୁ ସିଧାସଳଖ ଟ୍ରେନ ଚଳାଚଳ ଆରମ୍ଭ କରିଛି । ଝାରୁସୁଗୁଡାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭର୍ଚୁଆଲ ମୋଡରେ ଟ୍ରେନର ଶୁଭାରମ୍ଭ କରିବା ପରେ ବ୍ରହ୍ମପୁର ଷ୍ଟେସନ ୪ ନମ୍ବର ପ୍ଲାଟଫର୍ମରୁ ଗଡିଛି ଅମୃତ ଭାରତ ଏକ୍ସପ୍ରେସ ।
ଅମୃତ ଭାରତ ଏକ୍ସପ୍ରେସର ଅତ୍ୟାଧୁନିକ ସେବା ରହିଛି ଯାହା ଯାତ୍ରୀଙ୍କୁ ଆରାମଦାୟକ ସେବା ପ୍ରଦାନ କରିବ ।
ବ୍ରହ୍ମପୁର-ସୁରଟ ମଧ୍ୟରେ ଦୂରତା ୧୭୦୮ କିଲୋମିଟର
୩୩ ଘଣ୍ଟାରେ ଏହି ଦୂରତା ଅତିକ୍ରମ ହେବ
ଅମୃତ ଭାରତ ଏକ୍ସପ୍ରେସରେ ରହିଛି ୨୨ଟି କୋଚ୍
ଗଞ୍ଜାମ, ରାୟଗଡ଼ା, କଳାହାଣ୍ଡି, ବଲାଙ୍ଗୀର ଓ ନୂଆପଡ଼ା ଯାତ୍ରୀ ଉପକୃତ ହେବେ
ଓଡ଼ିଶା, ଆନ୍ଧ୍ରପ୍ରଦେଶ,ଛତିଶଗଡ଼, ମହାରାଷ୍ଟ୍ର ଦେଇ ଗୁଜରାଟର ସୁରଟରେ ପହଞ୍ଚିବ
ସପ୍ତାହକୁ ଥରେ ପ୍ରତ୍ୟେକ ସୋମବାର ଟ୍ରେନ୍ ବ୍ରହ୍ମପୁରରୁ ବାହାରିବ
ସୁରଟରୁ ପ୍ରତି ଶନିବାର ଛାଡ଼ିବ ଅମୃତ ଭାରତ
ଗଞ୍ଜାମର ପ୍ରାୟ ୫ ଲକ୍ଷ ଲୋକ ଜୀବନଜୀବିକା ପାଇଁ ଗୁଜରାଟ, ସୁରଟ ଉପରେ ନିର୍ଭର କରିଥାନ୍ତି । ସପ୍ତାହକୁ ୬ ଦିନ ବ୍ରହ୍ମପୁର ଦେଇ ଗୁଜରାଟ ଟ୍ରେନ ଯାଉଥିଲା । କିନ୍ତୁ ସୋମବାର କୌଣସି ଟ୍ରେନ ନଥିଲା । ଏବେ ସୋମବାର ଟ୍ରେନ ଚାଲିବା ପରେ ଲୋକ ଉପକୃତ ହେବେ ବୋଲି ଆଶା କରାଯାଉଛି ।