କନକ ବ୍ୟୁରୋ: ଅହମ୍ମଦାବାଦ୍ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିଥିଲା ।ଏବେ ଏନେଇ ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଆଉ ଏକ ତଥ୍ୟକୁ ନେଇ ସୃଷ୍ଟି ହୋଇଛି ବିବାଦ ।

Advertisment

 ଆମେରିକାର ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲରେ ଏହା ଉପରେ ପ୍ରକାଶ ପାଇଛି ଏକ ରିପୋର୍ଟ ଯେଉଁଥିରେ ଲେଖାଯାଇଛି, ଦୁର୍ଘଟଣାଗ୍ରସ୍ତ ଏୟାର ଇଣ୍ଡିଆ ବିମାନର ପାଇଲଟ୍ କ୍ୟାପ୍ଟେନ୍ ସୁମିତ ସଭରୱାଲ ବିମାନର ଇଞ୍ଜିନର ଇନ୍ଧନ ସୁଇଚକୁ ବନ୍ଦ କରିଦେଇଥିଲେ । ଫଳରେ ଦୁଇଟିଯାକ ଇଞ୍ଜିନ ବନ୍ଦ ହୋଇଯାଇଥିଲା । ରିପୋର୍ଟ ମୁତାବକ, ଦୁଇଜଣଯାକ ପାଇଲଟଙ୍କ କକପିଟରୁ ହିଁ ଏହା ଜଣାପଡ଼ିଛି ବୋଲି ରିପୋର୍ଟରେ ଦର୍ଶାଯାଇଛି ।

 ରିପୋର୍ଟରୁ ଜଣାପଡ଼ିଛି ଯେ, ବୋଇଂ ବିମାନ ଉଡ଼ାଉଥିବା କୋପାଇଲଟ୍ କ୍ଲାଇଭ୍ କୁନ୍ଦର , କ୍ୟାପ୍ଟେନ୍ ସୁମିତ ସଭାରୱାଲଙ୍କୁ ପଚାରୁଛନ୍ତି, ’ଆପଣ ଫୁଏଲ ସୁଇଚ୍ ’କଟଅଫ୍’ ପୋଜିସନକୁ ଆଣିଲେ କାହିଁକି? ଏହି ପ୍ରଶ୍ନ କଲାବେଳେ କ୍ୟାପ୍ଟେନ୍ ସୁମିତ କିନ୍ତୁ ବେଶ୍ ଶାନ୍ତ ଥିବା ଜଣାପଡୁଥିଲା । ଏହି ରିପୋର୍ଟକୁ ନେଇ ଭାରତୀୟ ଏଜେନ୍ସି ଗୁଡ଼ିକ ପକ୍ଷରୁ କୌଣସି ଜବାବ ଦିଆଯାଇନାହିଁ । କିନ୍ତୁ ବେସାମରିକ ବିମାନ ଚଳାଚଳ ବିଶେଷଜ୍ଞ ସଞ୍ଜୟ ଲଜାର ତଦନ୍ତ ରିପୋର୍ଟ ଲିକ୍ ହେବାକୁ ନେଇ ଗଭୀର ଚିନ୍ତାବ୍ୟକ୍ତ କରିଛନ୍ତି । ସେ କହିଛନ୍ତି, ଆଶ୍ଚର୍ଯ୍ୟ ଲାଗୁଛି ଯେ ଆମେରିକାରୀୟ ଗଣମାଧ୍ୟମ ଭାରତର ସଂସଦ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଠାରୁ ଅଧିକ ତଥ୍ୟ ରଖିଛି । ପ୍ରଧାନମନ୍ତ୍ରୀ ଏହି ମାମଲାର ତଦନ୍ତ କୌଣସି ହାଇକୋର୍ଟ ବିଚାରପତିଙ୍କ ଦ୍ବାରା କରାଇବା ଉଚିତ । 

ସଞ୍ଜୟ ଦଲାର କହିଛନ୍ତି, ଭାରତର ଏଏଆଇବି ରିପୋର୍ଟରେ କେବଳ ଗୋଟିଏ ବୟାନ ସାମ୍ନାକୁ ଆସିଥିଲା । ଏହାଥିଲା, ’ଆପଣ ସ୍ବିଚ୍ ବନ୍ଦ କରିଛନ୍ତି କି ? ଆଉ ଜଣେ ପାଲଟ୍ କହିଥିଲେ , ନା, ମୁଁ କରିନି ’ । କେବଳ ଏହି ବୟାନ ଆଧାରରେ କୌଣସି ନିଷ୍ପର୍ଷରେ ପହଞ୍ଚିବା ଉଚିତ ନୁହେଁ’ ।