କନକ ବ୍ୟୁରୋ: ଧନୁ ସଂକ୍ରାନ୍ତି କେଉଁଦିନ? ଆଜି ନା ଆସନ୍ତାକାଲି ? ପର୍ବ ପର୍ବାଣିକୁ ନେଇ ବିଭିନ୍ନ ପାଞ୍ଜିରେ ଭିନ୍ନ ଭିନ୍ନ ତାରିଖ ଆସୁଥିବାରୁ ବଢୁଛି ଦ୍ବନ୍ଦ୍ବ। ପୌଷ ମାସର ପ୍ରଥମ ଦିନକୁ ଧନୁସଂକ୍ରାନ୍ତି ଭାବେ ପାଳନ କରାଯାଏ। ହେଲେ ପାଞ୍ଜି ଗଣନାକୁ ନେଇ ଏବେ ପୁଣି ଦ୍ବନ୍ଦ୍ବ ସୃଷ୍ଟି ହୋଇଛି।
କିଛି କ୍ୟାଲେଣ୍ଡର ଆଜି ଧନୁ ସଂକ୍ରାନ୍ତି ବୋଲି ଗଣନା କରିଛନ୍ତି। ଆଉ କିଛି କ୍ୟାଲେଣ୍ଡର ଆସନ୍ତାକାଲି ସଂକ୍ରାନ୍ତି ଥିବା ଗଣନା କରିଛନ୍ତି। କୋହେନୂର କ୍ୟାଲେଣ୍ଡର ଅନୁସାରେ ଆସନ୍ତାକାଲି ଅର୍ଥାତ୍ ୧୬ ତାରିଖରେ ପଡୁଛି ଧନୁ ସଂକ୍ରାନ୍ତି। କିନ୍ତୁ ଭାଗ୍ୟଜ୍ୟୋତି କ୍ୟାଲେଣ୍ଡର ତଥ୍ୟ ଅନୁସାରେ ଆଜି ଧନୁ ସଂକ୍ରାନ୍ତି ପଡ଼ୁଛି। ଭିନ୍ନ ଭିନ୍ନ ଦିନକୁ ନେଇ ଏବେ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। କେଉଁ ଦିନ ଲୋକେ ସଂକ୍ରାନ୍ତି ପାଳିବେ ତାକୁ ନେଇ ଅଡୁଆରେ ପଡ଼ିଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2024/12/15/Mc9SpGYjvs3j4m0FHWpi.jpg)