ଜରାଜୀର୍ଣ୍ଣ ୨ ଶହ ବର୍ଷର ସ୍ମୃତି ପିଠ; ପୁନଃରୁଦ୍ଧାର ପାଇଁ ସ୍ଥାନୀୟ ଲୋକଙ୍କ ଦାବି

Advertisment

ସ୍ୱାଧୀନତା ସଂଗ୍ରାମର ମୂକସାକ୍ଷୀ ତାପଙ୍ଗ ଗଡ଼ ଏବେ ଅବହେଳିତ ଅବସ୍ଥାରେ । ସେତବେଳେ ଇଂରେଜଙ୍କୁ ନାକେଦମ କରିଥିବା ଏହି ଗଡ଼ ଆଜି ଜରାଜୀର୍ଣ୍ଣ । ୧୮୧୭ର ପାଇକ ବିଦ୍ରୋହ ସାରା ଦେଶରେ ଚହଳ ପକାଇଥିଲା । ଏହା ଥିଲା ଇଂରେଜ ମାନଙ୍କ ବିରୋଧରେ ଦେଶର ପ୍ରଥମ ଆନ୍ଦୋଳନ । ହେଲେ ଏହି ଐତିହାସିକ ସ୍ଥାନ ଆଜି ନିଜର ପରିଚୟ ହରାଇବାକୁ ବସିଲାଣି । 

20ୋେନ

Photograph: (kanaknews)

କନକ ବ୍ୟୁରୋ :ଖୋର୍ଦ୍ଧା ନିକଟରେ ରହିଛି ତାପଙ୍ଗ ଗଡ଼ । ଦିନେ ଯାହା ସ୍ୱାଧୀନତା ସଂଗ୍ରାମର ପ୍ରମୁଖ ସ୍ଥାନ ଥିଲା ତାହା ଏବେ ଅବହେଳିତ । ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି ୨ଶହ ବର୍ଷର ତାପଙ୍ଗ ଦଳବେହେରା ମାଧବଚନ୍ଦ୍ର ରାଉତରାୟଙ୍କ ସ୍ମୃତି ପୀଠ । ତେବେ ସ୍ଥାନଟିର ପୁନରୁଦ୍ଧାର କରିବାକୁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ସ୍ୱାଧୀନତା ସଂଗ୍ରାମର ମୂକସାକ୍ଷୀ ତାପଙ୍ଗ ଗଡ଼ ଏବେ ଅବହେଳିତ ଅବସ୍ଥାରେ । ସେତବେଳେ ଇଂରେଜଙ୍କୁ ନାକେଦମ କରିଥିବା ଏହି ଗଡ଼ ଆଜି ଜରାଜୀର୍ଣ୍ଣ । ୧୮୧୭ର ପାଇକ ବିଦ୍ରୋହ ସାରା ଦେଶରେ ଚହଳ ପକାଇଥିଲା । ଏହା ଥିଲା ଇଂରେଜ ମାନଙ୍କ ବିରୋଧରେ ଦେଶର ପ୍ରଥମ ଆନ୍ଦୋଳନ । ହେଲେ ଏହି ଐତିହାସିକ ସ୍ଥାନ ଆଜି ନିଜର ପରିଚୟ ହରାଇବାକୁ ବସିଲାଣି । 

ଖୋର୍ଦ୍ଧାର ତାପଙ୍ଗ ଗଡ଼କୁ ମାଧବ ରାଉତରାୟଙ୍କ ଗଡ଼ କୁହାଯାଏ। ଜୀବନର ଶେଷ ନିଶ୍ବାସ ପର୍ୟ୍ୟନ୍ତ ସେ ବ୍ରିଟିଶ ସରକାରଙ୍କ ସହ ଲଢ଼େଇ ଜାରି ରଖିଥିଲେ। ତାଙ୍କ ପ୍ରତିମୂର୍ତ୍ତୀ ଖୋର୍ଦ୍ଧା ପଞ୍ଚପାଇକ ମୂର୍ତ୍ତିରେ ଜୟୀ ରାଜଗୁରୁଙ୍କ ସହ ସ୍ଥାନିତ ହୋଇଛି। ଏହି ଦଳବେହେରାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଥିବା ସ୍ମୃତି ପୀଠ ଏବେ ଭଗ୍ନ ଅବସ୍ଥାରେ ପଡ଼ିରହିଛି। ଗଡ଼ରେ ଥିବ ଗଡ଼ ଚଉପାଢ଼ୀ, ଦଳବେହେରାଙ୍କ ବ୍ୟବହୃତ ଅସ୍ତ୍ରଶସ୍ତ୍ର ବି ସୁରକ୍ଷିତ ଅବସ୍ଥାରେ ନାହିଁ। ଏହି ସ୍ଥାନଟିର ପୁନଃରୁଦ୍ଧାର କରାଯାଇ ତାପଙ୍ଗ ଗ୍ରାମକୁ ଐତିହାସିକ ସଂଗ୍ରାମୀଙ୍କ ଗାଁ ଘୋଷଣା କରିବାକୁ ଦାବି କରିଛନ୍ତି ଅଂଚଳବାସୀ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe