କନକ ବ୍ୟୁରୋ : ବର୍ଷିଆନ କଂଗ୍ରେସ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ ତୃତୀୟ ଥର ପାଇଁ ରାଜ୍ୟସଭା ଯିବେନାହିଁ ବୋଲି ଘୋଷଣା କରିଛନ୍ତି । ତାଙ୍କର ବର୍ତ୍ତମାନର କାର୍ୟ୍ୟକାଳ ଚଳିତ ବର୍ଷ ଏପ୍ରିଲ ୯ ତାରିଖରେ ଶେଷ ହେବାକୁ ଯାଉଥିବାବେଳେ ମଙ୍ଗଳବାର ଦିଗବିଜୟ ଏହା ଘୋଷଣା କରିଛନ୍ତି। ଦିଗବିଜୟ ମଧ୍ୟ ପ୍ରଦେଶ କଂଗ୍ରେସର ଏସ୍‌ସି (ଅନୁସୂଚିତ ଜାତି) ବିଭାଗ ସଭାପତି ପ୍ରଦୀପ ଅହିରୱାରଙ୍କ ଅନୁରୋଧ ପରେ ଏହି ନିଷ୍ପତ୍ତି ନେଇଛନ୍ତି। ଅହିରୱାର ତାଙ୍କୁ ଏସ୍‌ସି ସମ୍ପ୍ରଦାୟର ପ୍ରତିନିଧିଙ୍କ ପାଇଁ ଆସନ ଖାଲି କରିବାକୁ କହିଥିଲେ। ତେବେ ଅହିରୱାରଙ୍କ ଚିଠିକୁ ନେଇ ଦିଗବିଜୟ କହିଛନ୍ତି, ଏହା ମୋ ହାତରେ ନାହିଁ , ମୁଁ କେବଳ ମୋ ସିଟ୍‌ ଛାଡ଼ିଛି ବୋଲି କହିଛନ୍ତି।

Advertisment