କନକ ବ୍ୟୁରୋ: ଗତକାଲି ଲକ୍ଷ୍ନୌ ସୁପର ଜାଏଣ୍ଟସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ହାଇଭୋଲ୍ଟେଜ ମ୍ୟାଚ ଦେଖିବାକୁ ମିଳିଥିଲା । ଏହି ମ୍ୟାଚରେ ଲକ୍ଷ୍ନୌ ପରାସ୍ତ ହୋଇ ପ୍ଲେଅଫ ରେସରୁ ବାଦ ପଡ଼ିଛି । ତେବେ ଗତକାଲିର ଏହି ମ୍ୟାଚରେ ଆଉ ଏକ ଘଟଣା ଦେଖିବାକୁ ମିଳିଥିଲା । ଯେଉଁଠି ମ୍ୟାଚ ମଝିରେ ଅଭିଷେକ ଶର୍ମା ଓ ଦିଗ୍ବେଶ ରାଠି ମୁହାଁମୁହିଁ ହୋଇଥିଲେ । ତେବେ ଏହି ଘଟଣା ପରେ ଏବେ ବିସିସିଆଇ ଦୁଇ ଖେଳାଳିଙ୍କ ଉପରେ କଡ଼ା ଆକ୍ସନ ନେଇଛି ।
ଆଇପିଏଲ କୋଡ୍ ଅଫ କଣ୍ଡକ୍ଟ ଉଲ୍ଲଂଘନ ପାଇଁ ଦିଗ୍ବେଶ ରାଠିଙ୍କୁ ଗୋଟିଏ ମ୍ୟାଚରୁ ବ୍ୟାନ ଓ ୫୦ ପ୍ରତିଶତ ମ୍ୟାଚ ଫିସ୍ କାଟିଦିଆଯାଇଛି । ସେହିପରି ଅଭିଷେକ ଶର୍ମାଙ୍କର ୨୫ ପ୍ରତିଶତ ମ୍ୟାଚ ଫିସ୍ କାଟିଦିଆଯାଇଥିବା ବେଳେ ଗୋଟିଏ ଖରାପ ପଏଣ୍ଟ ସାମିଲ କରାଯାଇଛି । ଦିଗ୍ବେଶଙ୍କର ଚଳିତ ସିଜିନରେ ଏହା ତୃତୀୟ ଲେବଲ୍ ୧ ଅପରାଧ । ଏହା ପୂର୍ବରୁ ସେ ୨ଥର ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।