ଡିଜି ସମ୍ମିଳନୀ ପାଇଁ ରାଜଧାନୀରେ ବିଶିଷ୍ଟ ବ୍ୟକ୍ତିଙ୍କ ଭିଡ଼: ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତାଙ୍କ ଠାରୁ ଆରମ୍ଭ କରି ସିବିଆଇ, ଆଇବି, ଏନଆଇଏ ନିର୍ଦ୍ଦେଶକ ବି ସାମିଲ

Advertisment

ଭୁବନେଶ୍ୱରରେ ଉଦଘାଟିତ ହେଲା ଡିଜିପି, ଆଇଜିପି ସମ୍ମିଳନୀ । ଲୋକସେବା ଭବନରେ କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ରାଜଧାନୀରେ ୩ ଦିନ ଧରି ଚାଲିବ ଡିଜିପି ସମ୍ମିଳନୀ ।

ଭୁବନେଶ୍ୱରରେ ଉଦଘାଟିତ ହେଲା ଡିଜିପି, ଆଇଜିପି ସମ୍ମିଳନୀ । ଲୋକସେବା ଭବନରେ କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ରାଜଧାନୀରେ ୩ ଦିନ ଧରି ଚାଲିବ ଡିଜିପି ସମ୍ମିଳନୀ ।

dwd

କନକ ବ୍ୟୁରୋ: ଭୁବନେଶ୍ୱରରେ ଉଦଘାଟିତ ହେଲା ଡିଜିପି, ଆଇଜିପି ସମ୍ମିଳନୀ । ଲୋକସେବା ଭବନରେ କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ରାଜଧାନୀରେ ୩ ଦିନ ଧରି ଚାଲିବ ଡିଜିପି ସମ୍ମିଳନୀ । ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ଉଦଘାଟନି ଉତ୍ସବରେ ଉପସ୍ଥିତ ଅଛନ୍ତି । ସମ୍ମିଳନୀରେ ଯୋଗ ଦେଇଛନ୍ତି ସାରା ଦେଶର ଡିଜିପି, ଆଇଜିପି ସମେତ ବିଭିନ୍ନ ସୁରକ୍ଷା ବିଭାଗର ମୁଖ୍ୟ। ଦେଶର ଆଭ୍ୟନ୍ତରୀଣ ସୁରକ୍ଷାକୁ ନେଇ ବିଚାରବିମର୍ଶ କରାଯିବ। 

ଡିଜିପି ସମ୍ମିଳନୀ ଉଦଘାଟନ ପାଇଁ ଭୁବନେଶ୍ୱରରେ ପହଞ୍ଚିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, କେଭି ସିଂଦେଓ, ରାଜ୍ୟର ସବୁ ମନ୍ତ୍ରୀ, ବିଜେପି ସଭାପତି ମନମୋହନ ସାମଲ, ସାଂସଦ ଅପରାଜିତା ଷଡଙ୍ଗୀ ପ୍ରଭୃତି ବିମାନବନ୍ଦରରେ ଶାହଙ୍କ ଭବ୍ୟ ସ୍ୱାଗତ କରିଛନ୍ତି । ଶାହଙ୍କ ପୂର୍ବରୁ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ରାଜଧାନୀରେ ପହଞ୍ଚିଛନ୍ତି। ଉଭୟ ବିମାନ ବନ୍ଦରରୁ ଲୋକସେବା ଭବନରେ ପହଞ୍ଚିଛନ୍ତି। ରାତି ୮ଟା ପର୍ଯ୍ୟନ୍ତ ସୁରକ୍ଷା ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା କରାଯିବ। ବୈଠକ ସରିବା ପରେ ଅମିତ ଶାହ ଆଇପିଏସ୍‌ ମେସକୁ ଯାଇ ରାତ୍ରିଯାପନ କରିବେ ବୋଲି ସୂଚନା ମିଳିଛି । ସେପଟେ ପ୍ରଧାନମନ୍ତ୍ରୀ ଅପରାହ୍ନ ୪ଟା ୪୦ ମିନିଟରେ ଭୁବନେଶ୍ୱର ବିମାନବନ୍ଦରରେ ପହଁଚିବେ । ଓଡିଶାରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହେଉଛି ଡିଜିପି ସମ୍ମିଳନୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe