କନକ ବ୍ୟୁରୋ, ପାକିସ୍ତାନ ପରେ, ଭାରତ ଏବେ ଚାଇନା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଡ୍ରାଗନର ମୁଖପାତ୍ର ଗ୍ଲୋବାଲ ଟାଇମ୍ସକୁ ଭାରତ ବ୍ୟାନ କରାଯାଇଛି । ସରକାର ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଗ୍ଲୋବାଲ ଟାଇମ୍ସ ଆକାଉଣ୍ଟକୁ ବ୍ୟାନ କରିଦିଆଯାଇଛି । ଗ୍ଲୋବାଲ ଟାଇମ୍ସ ଭାରତ ବିରୋଧରେ ମିଥ୍ୟା ଖବର ଚଲାଉଥିଲା । ଫଳରେ ଏହା ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।
ସେପଟେ ତୁର୍କୀ ଉପରେ ମଧ୍ୟ ଭାରତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ତୁର୍କୀର ସରକାରୀ ମିଡିଆ ଟିଆରଟି ୱାଲ୍ଡର ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସକୁ ଭାରତରେ ବ୍ୟାନ କରାଯାଇଛି । ପାକିସ୍ତାନ ତୁର୍କୀର ଡ୍ରୋନ ସାହାଯ୍ୟରେ ଭାରତ ଉପରେ ଆକ୍ରମଣ କରଥିବା ପ୍ରମାଣ ଦେଇଛି ସେନା । ଏହା ପରେ କାଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ତିଳେ ହେଲେ ବିଳମ୍ବ କରିନି ଭାରତ ।