କନକ ବ୍ୟୁରୋ: ଦେଶରେ ଡିଜିଟାଲ କ୍ରାନ୍ତି ଏବଂ ୟୁପିଆଇ (UPI) କାରବାରରେ ଦ୍ରୁତ ବୃଦ୍ଧି କେବଳ ନଗଦ କାରବାରକୁ କମ୍ କରିନାହିଁ, ବରଂ ମଇଳା ଏବଂ ଚିରାଫଟା ନୋଟ୍ ସଂଖ୍ୟା ଉପରେ ମଧ୍ୟ ରୋକ୍ ଲଗାଇଛି । ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)ର ଏକ ସଦ୍ୟତମ ରିପୋର୍ଟ ଅନୁଯାୟୀ, ଗତ ଏକ ବର୍ଷ ମଧ୍ୟରେ ଏଭଳି ନୋଟର ସଂଖ୍ୟାରେ ପ୍ରାୟ ୪୧ ପ୍ରତିଶତ ହ୍ରାସ ଘଟିଛି ।
ପୁରୁଣା ନୋଟ୍ ଉପରେ ଲାଗିଲା ରୋକ୍ !
ପୂର୍ବରୁ ଦେଖାଯାଉଥିଲା ଯେ ଲୋକମାନେ ନୋଟ୍ ଉପରେ ଅନାବଶ୍ୟକ ଜିନିଷ ଲେଖି ଦେଉଥିଲେ, ତାକୁ ମୋଡ଼ି ରଖୁଥିଲେ କିମ୍ବା ସଠିକ୍ ଭାବରେ ବ୍ୟବହାର କରୁନଥିଲେ । ଏହି କାରଣରୁ ନୋଟଗୁଡ଼ିକ ଶୀଘ୍ର ଖରାପ ହୋଇଯାଉଥିଲା । କିନ୍ତୁ ଏବେ ଡିଜିଟାଲ ପେମେଣ୍ଟ ପ୍ରତି ବଢୁଥିବା ଆଗ୍ରହ, ଲୋକଙ୍କ ସଚେତନତା ଏବଂ କେନ୍ଦ୍ରୀୟ ବ୍ୟାଙ୍କର କଠୋର ପଦକ୍ଷେପ ଏହି ସମସ୍ୟାକୁ ବହୁ ମାତ୍ରାରେ କମ୍ କରିଦେଇଛି ।
ଆର୍ବିଆଇ ପ୍ରତିବର୍ଷ ଚିରାଫଟା ଓ ଖରାପ ନୋଟ୍କୁ ବଜାରରୁ ବାହାର କରିଥାଏ । ୨୦୨୪ ମସିହା ଏପ୍ରିଲ ମାସରୁ ଜୁଲାଇ ମଧ୍ୟରେ ମୋଟ ୮.୪୩ ବିଲିୟନ ଖରାପ ନୋଟ୍ ଫେରାଇ ନିଆଯାଇଥିବାବେଳେ, ୨୦୨୫ରେ ସମାନ ଅବଧିରେ ଏହି ସଂଖ୍ୟା ୫.୯୬ ବିଲିୟନକୁ ହ୍ରାସ ପାଇଛି ।
ବିଭିନ୍ନ ମୂଲ୍ୟବର୍ଗର ନୋଟ୍ କଥା ବିଚାର କଲେ:
ନୋଟର ମୂଲ୍ୟ ଏପ୍ରିଲ-ଜୁଲାଇ ୨୦୨୪ରେ ପ୍ରଚଳନରୁ ବାହାର ଏପ୍ରିଲ-ଜୁଲାଇ ୨୦୨୫ ରେ ପ୍ରଚଳନରୁ ବାହାର
୫୦୦ ଟଙ୍କା ୩.୧୦ ବିଲିୟନ ୧.୮୧ ବିଲିୟନ
୨୦୦ ଟଙ୍କା ୮୫.୬୩ କୋଟି ୫୬.୨୭ କୋଟି
୧୦୦ ଟଙ୍କା ୨.୨୭ ବିଲିୟନ ୧.୦୭ ବିଲିୟନ
୫୦ ଟଙ୍କା ୭୦ କୋଟି ୬୫ କୋଟି
ଏହି ପରିସଂଖ୍ୟାନରୁ ସ୍ପଷ୍ଟ ଯେ ଡିଜିଟାଲ କାରବାର ଯୋଗୁଁ ନଗଦର ବ୍ୟବହାର କମୁଛି । ଏହାଦ୍ୱାରା କେବଳ ମଇଳା ଓ ପୁରୁଣା ନୋଟର ସଂଖ୍ୟା କମିନାହିଁ, ବରଂ ଅର୍ଥବ୍ୟବସ୍ଥାରେ ନଗଦ ଟଙ୍କା ଉପରେ ନିର୍ଭରଶୀଳତା ମଧ୍ୟ କ୍ରମାଗତ ଭାବେ ହ୍ରାସ ପାଉଛି । ଆଗାମୀ ସମୟରେ ଏହି ଧାରା ଆହୁରି ବଢ଼ିପାରେ ବୋଲି ଅନୁମାନ କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/08/17/notes-q-2025-08-17-14-23-02.jpg)