କନକ ବ୍ୟୁରୋ: ପୁଣି ଆନ୍ଧ୍ରର ମନମାନି । କୋଟିଆରେ ପୁଣି ପଡୋଶୀ ପ୍ରଶାସନର ଅନୁପ୍ରବେଶ। ଅନୁପ୍ରବେଶ କରି ଗାଁ ଲୋକଙ୍କୁ ରାସନକାର୍ଡ ବାଣ୍ଟିଲା ଆନ୍ଧ୍ର । କୋଟିଆ ଅଞ୍ଚଳରୁ ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି । ପୂର୍ବରୁ ଗାଁ ଗାଁ ବୁଲି ସର୍ଭେ କରିଥିଲେ ଆନ୍ଧ୍ର ଅଧିକାରୀ । ଏବେ ଡିଜିଟାଲ ରାସନକାର୍ଡ ବାଣ୍ଟିଛି ।
ପ୍ରଥମ ପର୍ଯ୍ୟାୟରେ କୋଟିଆର ଗଞ୍ଜେଇପଦର ଓ ତଳ ଗଞ୍ଜେଇପଦର ଗ୍ରାମବାସୀଙ୍କୁ ଏକାଠି କରି ପୂର୍ବରୁ ବଣ୍ଟନ କରିଥିବା ରାସନକାର୍ଡ ସଂଗ୍ରହ କରି ବଦଳରେ ସେମାନଙ୍କୁ ଡିଜିଟାଲ ସ୍ମାର୍ଟ ରାସନକାର୍ଡ ବଣ୍ଟନ କରିଛି। ଏହି ଦୁଇଟି ଗାଁରେ ୧୦୦ରୁ ଅଧିକ ହିତାଧିକାରୀଙ୍କୁ ନୂତନ କାର୍ଡ ବଣ୍ଟନ କରିଥିବା ଜଣାପଡ଼ିଛି । ଏନେଇ ତଦନ୍ତ କରୁଛି ଜିଲ୍ଲା ପ୍ରଶାସନ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/10/17/kotia-2025-10-17-08-52-30.jpg)