କନକ ବ୍ୟୁରୋ: ଡାକ୍ତରଙ୍କ ପ୍ରେସକିପ୍ସନକୁ ନେଇ ସବୁବେଳେ ଦ୍ବନ୍ଦ୍ୱରେ ରହିଥାନ୍ତି ରୋଗୀ। ଯେତେଥର ଡାକ୍ତର ଦେଖାନ୍ତି, ସେହି ଅନୁସାରେ ବଢ଼ିବଢ଼ି ଯାଏ ଚିଠା। ମାଳମାଳ ପ୍ରେସକ୍ରିପସନ ଧରି ବୁଲିବା ଅନେକ ସମୟରେ ରୋଗୀ ଓ ସମ୍ପର୍କୀୟଙ୍କ ପାଇଁ ସମସ୍ୟା ସୃଷ୍ଟି କରେ। କିନ୍ତୁ ଖୁବଶୀଘ୍ର ଏହାର ସମାଧାନ ହେବାକୁ ଯାଉଛି। ଗୋଟିଏ ଆକଉଣ୍ଟରେ ରହିବ ରୋଗୀଙ୍କ ସମସ୍ତ ପୂର୍ବ ରେକର୍ଡ। ସରକାର ଲାଗୁ କରିବାକୁ ଯାଉଛନ୍ତି  ଡିଜିଟାଲ ହେଲ୍‌ଥ ମିଶନ। ଏଥିପାଇଁ ଏକ ଡିଜିଟାଲ କାର୍ଡ ଜାରି କରାଯିବ। କାର୍ଡର ନାଁ ରହିବ ଆୟୁଷ୍ମାନ ଭାରତ ହେଲ୍ଥ ଆକାଉଣ୍ଟ ବା ‘ଆଭା’।

Advertisment

‘ଆଭା’ କାର୍ଡ କ’ଣ?

  • କାର୍ଡରେ ରହିବ ରୋଗୀଙ୍କ ଡାଟା
  • କ୍ୟୁ-ଆର କାର୍ଡ ସ୍କାନ କଲେ ମିଳିବ ସବୁ ଡାଟା
  • ଅନଲାଇନରେ ଆବଦେନ କରିହେବ କାର୍ଡ
  • ଜାତୀୟ ଡିଜିଟାଲ ହେଲଥ ମିଶନ ଅନୁସାରେ ମିଳିବ କାର୍ଡ

ବଦଳିବ ଆୟୁଷ୍ମାନ କାର୍ଡର ଲୋଗୋ । ସାଢେ ୩କୋଟି ଲୋକଙ୍କୁ ମିଳିବ ସୁବିଧା । ରାଜ୍ୟ ସରକାର ବିଜୁ ସ୍ବାସ୍ଥ୍ୟ କାର୍ଡ ବଦଳରେ ଫେବୃଆରୀରୁ ଆୟୁଷ୍ମାନ କାର୍ଡ ଜାରି କରିବାକୁ ଯାଉଛନ୍ତି । ଆଉ କାର୍ଡର ଲୋଗୋ ବଦଳିବା ସହ ଏଥିରେ ସ୍ୱତନ୍ତ୍ର ହୋଲୋଗ୍ରାମ ରହିବ। ରାଜ୍ୟ ସରକାର ଆଯୁଷ୍ମାନ ଯୋଜନା ନେଇ ବଡ଼ ଘୋଷଣା କରିସାରିଛନ୍ତି। ମହିଳାଙ୍କୁ ଏହି ଯୋଜନାରେ ୧୦ ଲକ୍ଷ ଟଙ୍କା ଯାଏଁ ବୀମା ସୁବିଧା ମିଳିବ । ସାରାଦେଶରେ ଆୟୁଷ୍ମାନ ଯୋଜନାରେ ମହିଳାଙ୍କ ପାଇଁ ୫ ଲକ୍ଷ ବୀମା ସୁବିଧା ରହିଛି । ତେଣୁ ରାଜ୍ୟ ସରକାର ନିଜ ପାଣ୍ଠିରୁ ଅତିରିକ୍ତ ଅର୍ଥ ଭରଣା କରିବେ ।

ତେବେ ଆୟୁଷ୍ମାନ ଯୋଜନା ଲାଗୁ କରିବାକୁ ସରକାର ସମସ୍ତ ପ୍ରସ୍ତୁତି କରିସାରିଲେଣି...

  • ପ୍ରଥମ ଥର ଲାଗି ୧ କୋଟି ପରିବାରକୁ ମିଳିବ କାର୍ଡ
  • ସାଢେ ୩ କୋଟି ଲୋକଙ୍କୁ ମିଳିବ ହୋଲଗ୍ରାମ କାର୍ଡ
  • ୬୭ ଲକ୍ଷ ପରିବାରକୁ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ବୀମା ସୁବିଧା ଦେବେ
  • ୩୩ ଲକ୍ଷ ପରିବାରର ବୀମା ଟଙ୍କା କେନ୍ଦ୍ର ସରକାର ବହନ କରିବେ
  • ରାଜ୍ୟ ବାହାରେ ରହୁଥିବା ଲୋକ ନୂଆକାର୍ଡ ପାଇବାରେ ସମସ୍ୟା ହୋଇପାରେ
  • ଇଣ୍ଟରନେଟ୍‌ ସୁବିଧା ନଥିବା ଅଞ୍ଚଳରେ ହୋଲଗ୍ରାମ କିଭଳି କାମ ଦେବ ତାହା ମଧ୍ୟ ବଡ଼ ପ୍ରଶ୍ନ