କନକବ୍ୟୁରୋ : ଦୀଘା ମନ୍ଦିର ବିବାଦ ଭିତରେ ଜ୍ୟୋତିର୍ମଠ ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ବରା ନନ୍ଦ ସରସ୍ବତୀଙ୍କ ବଡ଼ ବୟାନ ।  କହିଲେ, ପୁରୀରେ କେବଳ ଅଛି ଜଗନ୍ନାଥ ଧା ମ। ସବୁ ମନ୍ଦିରକୁ ଧାମ୍‌ କହି ହେବ ନାହିଁ । ଧାମ କେବଳ ଗୋଟିଏ ସ୍ଥାନ ପାଇଁ ପ୍ରଜୁଯ୍ୟ । ଅନ୍ୟ ମନ୍ଦିରକୁ ଧାମ କହିବା ଆଦୌ ଉଚିତ୍ ନୁହେଁ  ।  ଦୀଘା ମନ୍ଦିରକୁ ଜଗନ୍ନାଥ ଧାମ୍ କହିବା ଠିକ୍ ନୁହେଁ । ସେପଟେ ଜିଦରେ ଅଟଳ ଦିଦି । ଦୀଘାରେ ଜଗନ୍ନାଥ ମନ୍ଦିର ସମ୍ମୁଖରେ ପୁଣି ବଡ ବଡ ଅକ୍ଷରରେ ଜଗନ୍ନାଥ ଧାମ ପୋଷ୍ଟର ମରାଯାଇଛି । ଦୀଘା ଜଗନ୍ନାଥ ମନ୍ଦିର ଉଦ୍‌ଘାଟନ ସମୟରେ ଯେଉଁ ଅସ୍ଥାୟୀ କାଗଜ ଓ ଥର୍ମାକୋଲରେ ସେଲ୍ଫି ପଏଣ୍ଟ କରାଯାଇଥିଲା  ସେଥିରେ ଦୀଘା ଜଗନ୍ନାଥ ଧାମ ଲେଖାଥିଲା ।

Advertisment

୩୦ ତାରିଖ ଉଦ୍‌ଘାଟନ ପରେ ୧ ତାରିଖ ଦିନ ଟେଣ୍ଡ ମାଲିକ ଖୋଲି ନେଇଥିଲା  ।  କିନ୍ତୁ ପରବର୍ତ୍ତୀ  ସମୟରେ ଜଗନ୍ନାଥ ଧାମ ଶବ୍ଦକୁ ହଟାଇବା ପାଇଁ ଜୋରଦାର ପ୍ରତିବାଦ ଓ ବିବାଦ ଦେଖିବାକୁ ମିଳିଥିଲା ।  ଏହାରି ଭିତରେ ଗତକାଲି ବିଜେପିର ଆଇଟି ସେଲ ମୁଖ୍ୟ ଅମିତ ମାଲବ୍ୟ ଟୁଇଟ କରି ମମତା ଜଗନ୍ନାଥ ଧାମ ଉଠାଇ ନେଇଥିବା ପୋଷ୍ଟ କରିଥିଲେ ।  କିନ୍ତୁ ପ୍ରକୃତରେ ତାହା ସ୍ଥାଇ ନଥିଲା କେବଳ ଦୁଇ ଦିନ ପାଇଁ ଟେଣ୍ଡ ମାଲିକ ସେଲ୍ଫି ପାଇଁ ଲଗାଇ ଥିଲେ ।  ତେବେ ଦିଦି ମୁଣ୍ଡ ନୁଆଁଇ ଜଗନାଥ ଧାମ ଉଠାଇ ନେଇଥିବା ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ପରେ ଗତକାଲି ରାତିରେ ପୁଣି ସ୍ଥାୟୀ ଭାବେ ମନ୍ଦିର ସମ୍ମୁଖରେ ଜଗନ୍ନାଥ ଧାମ ବୋଲି  ଲଗା ଯାଇଛି ।  ଖାଲି ସେତିକି ନୁହେଁ ପୂର୍ବରୁ ଯେଉଁ ସେଲ୍ଫି ପଏଣ୍ଟ କରାଯାଇଥିଲା ପୁଣି ତାକୁ ତିଆରି ପାଇଁ ବ୍ୟବସ୍ଥା ଚାଲିଛି  ।