କନକ ବ୍ୟୁରୋ : ଦୀଘା ଜଗନ୍ନାଥ ମନ୍ଦିରରେ ଧାମ ଲେଖିବା ପ୍ରସଙ୍ଗ । ଆଇନ ମନ୍ତ୍ରୀଙ୍କ ପ୍ରତିକ୍ରିୟା, ଖୁବଶୀଘ୍ର ନିଆଯିବ ଆଇନଗତ ପଦକ୍ଷେପ । ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ପତ୍ର ପରେ ବି ହଟିନି ଜଗନ୍ନାଥ ଧାମ । ତେଣୁ ସରକାର ଖୁବଶୀଘ୍ର ଆଇନଗତ ପଦକ୍ଷେପ ନେବେ ବୋଲି ପ୍ରତିକ୍ରିୟା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ବର୍ତ୍ତମାନ କ’ଣ କରାଯିବ ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ କ’ଣ ରହିବ ସେନେଇ ତର୍ଜମା ଚାଲିଛି । ଖୁବଶୀଘ୍ର ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ।
ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମମତା ବାନାର୍ଜୀଙ୍କୁ ଏହି ପ୍ରସଙ୍ଗରେ ଏକ ଚିଠି ଲେଖିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ କି, ଜଗନ୍ନାଥ ଧାମର ନାମ ପବିତ୍ର ଓ ସ୍ୱତନ୍ତ୍ର । ଏହି ନାମ ପୁରୀ ସହିତ ଜଡ଼ିତ ରହିଛି । ଏହି ନାମକୁ ଅନ୍ୟ କୌଣସି ମନ୍ଦିର କିମ୍ବା ସ୍ଥାନ ସହ ଯୋଡିବା ଠିକ ନୁହେଁ । ଏଭଳି କଲେ କୋଟି କୋଟି ଶ୍ରଦ୍ଧାଳୁଙ୍କୁ ଭାବାବେଗ ଆଘାତ ପାଇବ ।