କନକ ବ୍ୟୁରୋ : ଦୀଘା ଜଗନ୍ନାଥ ମନ୍ଦିର ବିବାଦ ପ୍ରସଙ୍ଗରେ ରାମକୃଷ୍ଣ ଦାସମହାପାତ୍ରଙ୍କୁ ପଚରାଉଚରା । ପାଖାପାଖି ଦେଢ ଘଣ୍ଟା ଧରି ପଚରାଉଚରା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ରାମକୃଷ୍ଣ ଦାସ ମହାପାତ୍ରଙ୍କ ସହ ପକ୍ଷ ରଖିବା ପାଇଁ ହାଜର ହୋଇଥିଲେ ସେବାୟତ ନିଯୋଗର ସଭାପତି। ପକ୍ଷ ରଖିବା ପରେ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି । 

Advertisment

ଦୀଘା ଜଗନ୍ନାଥ ମନ୍ଦିରକୁ ଦାରୁ ନେଇଯିବା ପ୍ରସଙ୍ଗରେ ଶ୍ରୀମନ୍ଦିର ସମସ୍ତ ସେବାୟତ ନିଯୋଗର ସଭାପତି ଓ ସମ୍ପାଦକଙ୍କୁ ନୋଟିସ୍ କରିଥିଲା ଶ୍ରୀମନ୍ଦିର ନୀତି ପ୍ରଶାସକ। ଗତକାଲି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ତିନି ଗୋଟି ପର୍ଯାୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା ।