ମା’ ବହି ପଢି ଶୁଣାନ୍ତି, ପୁଅ ଶୁଣି ମନେ ରଖେ । ଆଇଏଏସ୍ ରବି ରାଜଙ୍କ ଭିନ୍ନ ସଂଘର୍ଷ କାହାଣୀ

ବିହାର ନୱାଦାର ରବି ରାଜ କମାଲ କରି ଦେଖାଇଛନ୍ତି । ୨୦୨୫ରେ ପ୍ରକାଶିତ ୟୁପିଏସସି ପରୀକ୍ଷାରେ ଅଭୂତପୂର୍ବ ସଫଳତା ହାସଲ କରିଛନ୍ତି । ୧୮୨ ରାଙ୍କ ରଖି ସମସ୍ତଙ୍କୁ ଚକିତ କରିଛନ୍ତି । ହେଲେ ରବି ରାଜଙ୍କ ସଫଳତା ସବୁଠୁ ଖାସ୍ ।

IAS Ravi Raj

IAS Ravi Raj Photograph: (KanakNews)

କନକ ବ୍ୟୁରୋ: ଆଖୋଁ ମେ ରାହା ଦିଲମେ ଉତର କର ନେହିଁ ଦେଖା 
କସ୍ତି କେ ମୁସାଫିର ନେ ସମନ୍ଦର ନେହିଁ ଦେଖା 
ଜିସ୍ ଦିନସେ ଚଲା ହୁଁ ମଞ୍ଜିଲ ପେ ନଜର ହୈ 
ଆଖୋଁ ନେ କଭି ମିଲ କା ପଥର ନେହିଁ ଦେଖା 

ବିହାର ନୱାଦାର ରବି ରାଜ କମାଲ କରି ଦେଖାଇଛନ୍ତି । ୨୦୨୫ରେ ପ୍ରକାଶିତ ୟୁପିଏସସି ପରୀକ୍ଷାରେ ଅଭୂତପୂର୍ବ ସଫଳତା ହାସଲ କରିଛନ୍ତି । ୧୮୨ ରାଙ୍କ ରଖି ସମସ୍ତଙ୍କୁ ଚକିତ କରିଛନ୍ତି । ହେଲେ ରବି ରାଜଙ୍କ ସଫଳତା ସବୁଠୁ ଖାସ୍ । କାରଣ ସେ ଦୃଷ୍ଟିବାଧିତ । ଦେଖିପାରୁନଥିବା ରବି ରାଜଙ୍କ ପାଇଁ ୟୁପିଏସସି କ୍ରାକ୍ କରିବା ଏତେ କଷ୍ଟକର ଥିଲା ତାକୁ କହିବା କଷ୍ଟ । 

ରବି ରାଜଙ୍କ ସଫଳତା ପଛର ସଂଘର୍ଷ ଏଭଳି ଯାହା ଆପଣଙ୍କୁ ଭାବିବାକୁ ବାଧ୍ୟ କରିବ ଏବଂ ଆପଣଙ୍କ ମନରେ ଉତ୍ସାହ ଭରିଦେବ । ରବିଙ୍କ ସଫଳତା ସବୁଠୁ ଖାସ୍ ଏଇଥିପାଇଁ କାରଣ ଏ ପରୀକ୍ଷା କେବଳ ରବି ରାଜ ଦେଉନଥିଲେ ବରଂ ତାଙ୍କ ସହ ତାଙ୍କ ମା’ ବିଭା ସିହ୍ନା ମଧ୍ୟ ଦେଉଥିଲେ । କହିବାର ମାନେ , ୟୁପିଏସସିର ଶିଢ଼ି ଚଢ଼ିବାରେ ତାଙ୍କ ସହ ପାଦେ ପାଦେ ଯାଉଥିଲେ ମା’। ରବିଙ୍କ ପ୍ରତି ମା’ଙ୍କ ଅବଦାନ ଏଭଳି ଥିଲା , ଯେ ମା’ ପୁଅ ଦୁହେଁ ମିଶି ୟୁପିଏସି ପରୀକ୍ଷା ଦେଉଥିଲେ ବୋଲି କହିବା ଉଚିତ ହେବ। 

ରବି ପିଲାବେଳୁ ଦୃଷ୍ଟିହୀନ ନଥିଲେ । ହେଲେ ହାଇସ୍କୁଲରେ ପଢ଼ିବା ବେଳକୁ ରେଟିନା ଜନିତ ସମସ୍ୟା ଯୋଗୁଁ ଦୃଷ୍ଟିଶକ୍ତି ହରାଇବସିଲେ । ବାପା, ଜଣେ ଚାଷୀ, ମା ଗୃହିଣୀ। ହେଲେ ସେମାନଙ୍କ ବିଚାରଧାରା କିନ୍ତୁ ଜଣେ ବୁଦ୍ଧିଜୀବୀଙ୍କ ଠାରୁ ଢେର ବେଶି  । ପୁଅର ଏଭଳି ଅବସ୍ଥାରେ ହାର ମାନନଥିଲେ ବରଂ ପ୍ରଥମେ ନିଜକୁ ଦୃଢ କରିଥିଲେ । ଯାହା ହୋଇଯାଉ ପୁଅକୁ ଏ ସମାଜରେ ପ୍ରତିଷ୍ଠିତ କରିବାକୁ ଦୃଢ ପ୍ରତିଜ୍ଞା କଲେ ମା’ ବିଭା ସିହ୍ନା ଆଉ ଏଥିରେ ସହଯୋଗ କଲେ ବାପା । ଆଗରେ ଥିଲା ଅନେକ ପ୍ରତିବନ୍ଧକ ହେଲେ ହାର ମାନିନଥିଲେ ମା’ ବିଭା ସିହ୍ନା। ପଢ଼ାରେ ପୁଅକୁ ସବୁବେଳେ ଉତ୍ସାହିତ କରିଥିଲେ।  

ମା’ ବିଭା ସିହ୍ନା   ରବିଙ୍କୁ ୟୁପିଏସସିର ମୋଟା ମୋଟା ବହି ପଢ଼ି ଶୁଣାନ୍ତି । ରୋଷେଇ କଲାବେଳେ ୟୁଟ୍ୟୁବ୍ ଲେକ୍ଚର ଶୁଣନ୍ତି ସେଗୁଡିକୁ ନୋଟ୍ ବନାଇ ମଧ୍ୟ ପୁଅକୁ ଶୁଣାନ୍ତି । ଖାଲି ଏତିକି ନୁହେଁ ରବି ଯାହା ଉତ୍ତର କୁହନ୍ତି ତାକୁ ମଧ୍ୟ ନୋଟ୍ ବନାଇ ରଖିନ୍ତି । ଗାଁ ସ୍କୁଲରୁ ପଢା ଶେଷ ପରେ ସେଲ୍ଫ ଷ୍ଟଡି କରିଥିଲେ ରବି , ଆଉ ତାଙ୍କର କୋଚ୍ ସାଜିଥିଲେ ମା’ । ବାସ୍ ଏତିକିରେ ତାଙ୍କୁ ମିଳିଥିଲା ଆଗକୁ ବଢିବାର ରାହା । ପ୍ରଥମ ୩ଟି ପ୍ରୟାସରେ ବିଫଳ ହେଲେ ସତ କିନ୍ତୁ ମା’ଙ୍କ ହାତ ସବୁବେଳେ ତାଙ୍କ ମୁଣ୍ଡ  ଉପରେ ରହୁଥିଲା ଆଉ ଏକ ପ୍ରୟାସ କରିବାକୁ ସାହାସ ଦେଇଥଲା। ଆଉ ମା’ଙ୍କର ସାହାସ ସହ ରବିଙ୍କର ପରିଶ୍ରମ ତାଙ୍କୁ ସଫଳତା ଦେଲା । ୨୦୨୪ରେ ଦେଇଥିବା ୟୁପିଏସସି ପରୀକ୍ଷାରେ ପାଇଲେ ୧୮୨ ରାଙ୍କ୍ । ଲାଗିଲା ଯେମିତି  ଉଭୟ ମା’ ପୁଅ ଆଇଏଏସ୍ ପାଇଗଲେ । ରବିଙ୍କ ପାଇଁ ସବୁଠୁ ବଡ ଯୋଦ୍ଧା ତାଙ୍କ ମା’ ।

ରବିଙ୍କ କହିବା କଥା , ଦୃଷ୍ଟିବାଧିତ ପିଲାଙ୍କୁ ମଧ୍ୟ ଗୁରୁତ୍ବର ସହ ପଢ଼ାପଢ଼ି କରିବା ଉଚିତ । ସେମାନେ ମନରେ ଗୋଟିଏ କଥା ରଖିବା କଥା ଯେ ସେମାନେ ଦୃଷ୍ଟିବାଧିତ ବୋଲି ତାଙ୍କୁ କୌଣସି କମ୍ପିଟିଟିଭ୍ ପରୀକ୍ଷାରେ ରିଲିଫ୍ ମିଳିବ । ବରଂ ସେମାନେ ନିଜକୁ ଅନ୍ୟ ସାମାନ୍ୟ ପରୀକ୍ଷାର୍ଥୀଙ୍କ ଭଳି ପ୍ରସ୍ତୁତ କରିବା ଉଚିତ। 
ତାଙ୍କର ଏହି କାହାଣୀ ଦେଶର ପ୍ରତିଟି ଦୃଷ୍ଟିବାଧିତ ଓ ସେମାନଙ୍କର ଅଭାଭାବକଙ୍କ ପାଇଁ ମାର୍ଗ ଦର୍ଶକ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe