କନକ ବ୍ୟୁରୋ: ପାଞ୍ଜିକୁ ନେଇ ଦ୍ୱନ୍ଦ୍ୱ । ବିଭିନ୍ନ ପାଞ୍ଜିରେ ବିଭିନ୍ନ ମତ, ସୋମନାଥ ବ୍ରତ ଓ କାର୍ତ୍ତିକ ବ୍ରତ କେଉଁ ତାରିଖରେ ପାଳନ କରାଯିବ ତାକୁ ନେଇ ଲୋକଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ପାଞ୍ଜି ଅନୁମୋଦନ ପୁରୀ ମୁକ୍ତି ମଣ୍ଡପ ପଣ୍ଡିତମାନଙ୍କ ଦ୍ୱାରା କରାଯାଉଥିବା ବେଳେ ଏବେ ମୁକ୍ତି ମଣ୍ଡପର ଭୂମିକାକୁ ନେଇ ପ୍ରଶ୍ନ ଉଠିଛି । ଓଡିଶାରେ ବାରମାସରେ ତେର ପର୍ବ ପାଳନ କରାଯାଉଥିବା ବେଳେ ପ୍ରତ୍ୟେକ ପର୍ବ ପାଇଁ ଧର୍ମଶାସ୍ତ୍ର ଅନୁଯାୟୀ ପ୍ରଚଳିତ ଓଡିଆ ପଞ୍ଜିକା ଦେଖି ପାଳନ କରାଯାଇଥାଏ । ବିଭିନ୍ନ ବ୍ୟକ୍ତିବିଶେଷ ପଞ୍ଜିକା ଗଣନା ପ୍ରକାଶ କରୁଅଛନ୍ତି । ପ୍ରଚଳିତ କେତେକ ପଞ୍ଜିକାର ଧର୍ମଶାସ୍ତ୍ର ବ୍ୟବସ୍ଥା ଶ୍ରୀମନ୍ଦିରର ମୁକ୍ତିମଣ୍ଡପ ପଣ୍ଡିତ ସଭା ଦ୍ୱାରା ସଂଶୋଧିତ ଅନୁମୋଦିତ ହୋଇଥାଏ । ଚଳିତ ବର୍ଷ ୨୦୨୪-୨୫ମସିହାରେ ୩ଟି ପାଞ୍ଜି ଅନୁମୋଦିତ ହୋଇଛି । ୩ଟି ପାଞ୍ଜି ହେଲା ରାଧାରମଣ ପ୍ରେସ, ଜିଏନ ତ୍ରିପାଠୀ ଉତ୍କଳ ଜାତୀୟ ପଞ୍ଜିକା ଓ କୋହିନୂର ପଠାଣୀ ସାମନ୍ତ ପଞ୍ଜିକାକୁ ମୁକ୍ତି ମଣ୍ଡପ ପଣ୍ଡିତ ସଭା ଅନୁମୋଦନ କରିଛି । ତେବେ ରାଧାରମଣ ପଞ୍ଜିକା ଓ ଜିଏନ ତ୍ରପାଠୀ ଉତ୍କଳ ଜାତୀୟ ପଞ୍ଜିକାରେ ୧୨/୧୦/୨୦୨୪ ତାରିଖ ଶନିବାର ଦିନ ସୋମନାଥ ବ୍ରତ ସମାପନ କରିବାକୁ ନିର୍ଦ୍ଦେଶ ରହିଥିବା ବେଳେ କୋହିନୂର ପଠାଣୀ ସମାନ୍ତ ପଞ୍ଜିକାରେ ୧୩/୧୦/୨୦୨୪ ରବିବାର ଦିନ ସୋମନାଥ ବ୍ରତ ପାଳନ କରିବାକୁ ନିର୍ଦ୍ଦେଶ ରହିଛି । ସେହିଭଳି ୧୭/୧୦/୨୦୨୪ ଗୁରୁବାର ଦିନ କାର୍ତ୍ତିକ ବ୍ରତ ଆରମ୍ଭ ବୋଲି ରାଧାରମଣ ପଞ୍ଜିକାରେ ଉଲ୍ଲେଖ ରହିଥିବା ବେଳେ ୧୮/୧୦/୨୦୨୪ ଶୁକ୍ରବାର ଦିନ କାର୍ତ୍ତିକ ବ୍ରତ ଆରମ୍ଭ ବୋଲି ଜିଏନ ତ୍ରିପାଠୀ ପଞ୍ଜିକା ଓ କୋହିନୂର ପଠାଣି ସାମନ୍ତ ପଞ୍ଜିକାରେ ଉଲ୍ଲେଖ ରହିଛି । ଯାହାକୁ ନେଇ ଲୋକଙ୍କ ମନରେ ଦ୍ୱନ୍ଦ୍ୱ ଦେଖା ଦେଇଛି । କାରଣ ବିଭିନ୍ନ ପାଞ୍ଜିରେ ବିଭିନ୍ନ ମତ ରହିଛି ଯାହା ଫଳରେ କୋଉ ଦିନ ସୋମାନଥ ବ୍ରତ କୋଉ ଦିନ କାର୍ତ୍ତିକ ବ୍ରତ ପାଳନ କରିବେ ତାହା ବର୍ତ୍ତମାନ ଦ୍ୱନ୍ଦ୍ୱ ସୃଷ୍ଟି କରିଛି । ତେଣୁ ଏହା ମୁକ୍ତି ମଣ୍ଡପ ପକ୍ଷରୁ ସ୍ପଷ୍ଟ କରାଯାଉ ବୋଲି ଲୋକ କହିଛନ୍ତି ।
ଦ୍ୱନ୍ଦ୍ୱ ବଢ଼ାଉଛି ପଞ୍ଜିକା: ସୋମନାଥ ବ୍ରତ ଓ କାର୍ତ୍ତିକ ବ୍ରତକୁ ନେଇ ବିଭିନ୍ନ ପାଞ୍ଜିରେ ଭିନ୍ନ ମତ
ପାଞ୍ଜିକୁ ନେଇ ଦ୍ୱନ୍ଦ୍ୱ । ବିଭିନ୍ନ ପାଞ୍ଜିରେ ବିଭିନ୍ନ ମତ, ସୋମନାଥ ବ୍ରତ ଓ କାର୍ତ୍ତିକ ବ୍ରତ କେଉଁ ତାରିଖରେ ପାଳନ କରାଯିବ ତାକୁ ନେଇ ଲୋକଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି ।