ମହାକୁମ୍ଭ ପାଖେଇ ଆସିଲାଣି , ପବିତ୍ର ଭୂମି ପ୍ରୟାଗରାଜରେ ଜମିବ ସାଧୁସନ୍ଥଙ୍କ ଭିଡ଼ । ସନାତନ ହିନ୍ଦୁ ଧର୍ମରେ ସାଧୁସନ୍ଥଙ୍କ ମହତ୍ତ୍ବ ସର୍ବୋପରି । ହିନ୍ଦୁ ଧର୍ମରେ ଅନେକ ପ୍ରକାରର ସାଧୁ ଥାଆନ୍ତି । ଏମାନଙ୍କ ମଧ୍ୟରୁ ନାଗା ସାଧୁ ଓ ଅଘୋରୀ ବାବା ଅନ୍ୟତମ । ଦେଖିବାକୁ ଏମାନଙ୍କ ବେଶଭୂଷା ଏକା ଭଳି । ତେଣୁ ଲୋକ ବି ଦୁହିଁଙ୍କୁ ଏକ ବୋଲି ଭାବନ୍ତି । କିନ୍ତୁ ସାଧୁ ହେବାର ପ୍ରକ୍ରିୟା ଓ ରହଣି-ସହଣି ଓ ତପ-ସାଧନାରେ ଅନେକ ଅନ୍ତର ରହିଛି । ନାଗା ସାଧୁ କୁମ୍ଭରେ ବହୁତ ସଂଖ୍ୟାରେ ଭାଗ ନିଅନ୍ତି, କିନ୍ତୁ ଅଘୋରୀ ବାବା କୁମ୍ଭକୁ ଯାଆନ୍ତିନାହିଁ । ତେବେ ଆସନ୍ତୁ ଆଜି ଜାଣିବା ଅଘୋରୀ ଓ ନାଗା ସାଧୁଙ୍କ ମଧ୍ୟରେ କ’ଣ ରହିଛି ପାର୍ଥକ୍ୟ । 

Advertisment

xsdfersdesrf

୧ . ଶ୍ମଶାନରେ ହୁଅନ୍ତି ଅଘୋରୀ : ନାଗା ଓ ଅଘୋରୀ ସାଧୁ ହେବା ପାଇଁ ବହୁତ କଠିନ ପରୀକ୍ଷା ଦେଇ ଆସିବାକୁ ପଡେ । ଦୁହିଁଙ୍କ ସାଧୁ ହେବା ପ୍ରକ୍ରିୟାରେ ପାଖାପାଖି ୧୨ ବର୍ଷ ସମୟ ଲାଗିଥାଏ । କିନ୍ତୁ ଏହାର ପ୍ରକ୍ରିୟା ବହୁତ ଭିନ୍ନ ଏବଂ କଠିନ ହୋଇଥାଏ । ନାଗା ସାଧୁ ହେବା ପାଇଁ ଅଖାଡାରୁ ଦୀକ୍ଷା ନେବାକୁ ପଡେ, ଅନ୍ୟପକ୍ଷେ ଅଘୋରୀ ହେବା ପାଇଁ ଜୀବନର ଅନେକ ବର୍ଷ ଶ୍ମଶାନରେ ହିଁ ବିତାଇବାକୁ ପଡେ । ଶ୍ମଶାନରେ କଡ଼ା ତପସ୍ୟା ବଳରେ ଜନ୍ମନିଅନ୍ତି ଜଣେ ଅଘୋରୀ । 

Naga-Sadhu

୨. ନାଗା ସାଧୁଙ୍କ ଗୁରୁ : ନାଗା ସାଧୁ ହେବାର ପ୍ରକ୍ରିୟାରେ ଅଖାଡାର ପ୍ରମୁଖଙ୍କୁ କିମ୍ବା ବିଦ୍ବାନ ବ୍ୟକ୍ତିତ୍ବଙ୍କୁ ନିଜ ଗୁରୁ ମାନିବାକୁ ପଡେ ଓ ପୁଣି ତାଙ୍କର ଶିକ୍ଷା-ଦିକ୍ଷାରେ ନାଗା ସାଧୁ ହେବାର ପ୍ରକ୍ରିୟା ସମ୍ପନ୍ନ ହୋଇଥାଏ । ଅନ୍ୟପକ୍ଷରେ ଅଘୋରୀଙ୍କ ଗୁରୁ ସ୍ୱଂୟ ଶିବ ଭଗବାନ ହୋଇଥାନ୍ତି । ଅଘୋରୀଙ୍କୁ ଶିବଙ୍କ ପଞ୍ଚମ ଅବତାର କୁହାଯାଏ । ଅଘୋରୀ ଶ୍ମଶାନରେ ଶବ ପାଖରେ ବସି ତପସ୍ୟା କରନ୍ତି । ମାନ୍ୟତା ଅଛି ଯେ, ଏମିତି କରିବା ଦ୍ୱାରା ତାଙ୍କୁ ଦୈବୀ ଶକ୍ତି ପ୍ରାପ୍ତ ହୁଏ ।

fdgrftg

୩ . ନାଗା ଓ ଅଘୋରୀ କରନ୍ତି ଏମିତି ଭୋଜନ : ନାଗା ଓ ଅଘୋରୀ ଉଭୟ ମାଂସାହାରୀ ହୋଇଥାଆନ୍ତି । ହେଲେ ନାଗା ସାଧୁଙ୍କ ମଧ୍ୟରେ କିଛି ଶାକାହାରୀ ବି ଥାଆନ୍ତି । କିନ୍ତୁ ଅଘୋରୀ ଶାକାହାରୀ ହୋଇନଥାନ୍ତି । ମାନ୍ୟତା ରହିଛି କି ଅଘୋରୀ ନା କେବଳ ପଶୁଙ୍କ ମାଂସ ଖାଆନ୍ତି, ବରଂ ଏମାନେ ମଣିଷ ମାଂସ ବି ଭକ୍ଷଣ କରନ୍ତି । ଶ୍ମଶାନରେ ରହଣୀ ବେଳେ ଏମାନେ ଶବର ମାଂସ ଭକ୍ଷଣ କରନ୍ତି । 

dxsfesf

୪ . ପଶୁଙ୍କ ଚମଡାକୁ ପରିଧାନ କରନ୍ତି ଅଘୋରୀ : ନାଗା ଓ ଅଘୋରୀ ବାବାଙ୍କ ପରିଧାନରେ ମଧ୍ୟ ଅନେକ ଅନ୍ତର ଥାଏ । ନାଗା ସାଧୁ ବିନା କପଡାରେ ରୁହନ୍ତି । କିନ୍ତୁ ଅଘୋରୀ ଭଗବାନ ଶିବଙ୍କ ପ୍ରକୃତ ଭକ୍ତ ହୋଇଥିବାରୁ ତାଙ୍କ ଭଳି ପଶୁଙ୍କ ଚମଡାରେ ନିଜର ଶରୀର ଆବୃତ କରନ୍ତି ।

Kumbh-Mela-2025

୫. ନାଗାସାଧୁଙ୍କ ଦର୍ଶନ କୁମ୍ଭମେଳାରେ କିମ୍ବା ଅଖାଡ଼ାରେ ହୋଇଯାଏ କିନ୍ତୁ ଅଘୋରୀ ବାବା କୁଆଡ଼େ ଯାଆନ୍ତି ନାହିଁ । ଅଘୋରୀ କେବଳ ଶ୍ମଶାନରେ ହିଁ ବାସ କରନ୍ତି । ନାଗାସାଧୁ କୁମ୍ଭରେ ସାମିଲ୍ ହୋଇ ହିମାଳୟକୁ ଯାତ୍ରା କରନ୍ତି । ମାନ୍ୟତା ରହିଛି ନାଗାସାଧୁଙ୍କ ଦର୍ଶନ କରିବା ପରେ ଯଦି ଅଘୋରୀଙ୍କ ଦର୍ଶନ ହୋଇଯାଏ ତାହେଲେ ସ୍ବୟଂ ଶିବଙ୍କ ଦର୍ଶନ ସହ ସମାନ । ଅଘୋରୀ ୩ ପ୍ରକାର ସାଧନା ଶ୍ମଶାନରେ କରନ୍ତି , ଯଥା ଶ୍ମଶାନ ସାଧନା , ଶବ ସାଧନା ଏବଂ ଶିବ ସାଧନା ।  

aghori-baba

୬ . ଜୀବିତ ଥାଉ ଥାଉ କରିଦିଅନ୍ତି ନିଜର ଶ୍ରାଦ୍ଧ : ନାଗା ଓ ଅଘୋରୀ ଉଭୟ ସଂପୂର୍ଣ୍ଣ ରୂପେ ପରିବାର ଠାରୁ ଦୂରରେ ରହି ପୂର୍ଣ୍ଣ ବ୍ରହ୍ମଚର୍ଯ୍ୟର ପାଳନ କରନ୍ତି । ଉଭୟଙ୍କୁ ହିଁ ସାଧୁ ହେବାର ପ୍ରକ୍ରିୟାରେ ନିଜର ଶ୍ରାଦ୍ଧ କରିବାକୁ ପଡେ ଏବଂ ନିଜର ପରିବାର ତ୍ୟାଗ କରିବାର ପ୍ରତିଜ୍ଞା ବି ନିଅନ୍ତି । ପରିଜନ ଓ ଦୁନିଆ ପାଇଁ ଏମାନେ ମୃତ ହୋଇଯାଆନ୍ତି । ନିଜର ତପସ୍ୟା ପାଇଁ କେବେ ବି ପରିଜନଙ୍କୁ ଭେଟନ୍ତି ନାହିଁ ।

drsfedrtfetf

୭ . ଉଭୟଙ୍କ ଅଦ୍ଭୁତ ଶକ୍ତି : ନାଗା ଓ ଅଘୋରୀ ଉଭୟଙ୍କ ପାଖରେ ଅଦ୍ଭୁତ ଶକ୍ତି ଥାଏ । ନାଗା ସାଧୁ ଈଶ୍ୱରଙ୍କ ବିଶେଷ କୃପା ସହିତ ମନୁଷ୍ୟଙ୍କୁ ଜ୍ଞାନ ବାଣ୍ଟନ୍ତି । ଯେବେକି ଅଘୋରୀ ବାବା ନିଜର ତାନ୍ତ୍ରିକ ସିଦ୍ଧି ଦ୍ୱାରା ମନୁଷ୍ୟଙ୍କ ସମସ୍ୟାର ନିବାରଣ କରନ୍ତି ।