କନକ ବ୍ୟୁରୋ: ପଦ୍ମ ଧରିଲେ କୈଳାଶ ଗେହଲଟ । ଆଜି ସକାଳେ ବିଜେପି କାର୍ଯ୍ୟାଳୟରେ ଦଳରେ ସାମିଲ ହୋଇଛନ୍ତି ଗେହଲଟ । ଗତକାଲି ଆମ ଆଦମୀ ପାର୍ଟିରୁ ଇସ୍ତଫା ଦେଇଥିଲେ କୈଳାଶ ଗେହଲଟ । ଆପରୁ ଇସ୍ତଫା ଦେବା ପରେ ବିଜେପିରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ପଦ୍ମ ଧରିଛନ୍ତି କୈଳାଶ ।
ଦିଲ୍ଲୀ ମନ୍ତ୍ରୀ ଓ ବରିଷ୍ଠ ନେତା କୈଳାସ ଗେହଲଟ୍ ଆପର ପ୍ରାଥମିକ ସଦସ୍ୟ ପଦରୁ ଗତକାଲି ଇସ୍ତଫା ଦେଇଥିଲେ । ଇସ୍ତଫା ନେଇ ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କୁ ଚିଠି ମାଧ୍ୟମରେ ଜଣାଇଥିଲେ କୈଳାସ । ଦଳ ଦେଇଥିବା ପ୍ରତିଶ୍ରୁତି ପୂରଣ ନକରିବା କାରଣ ଦର୍ଶାଇ ଇସ୍ତଫା ଦେଇଥିବା ଚିଠିରେ ଉଲ୍ଲେଖ କରିଛନ୍ତି କୈଳାସ । ଏହାସହ ଇସ୍ତଫା ପତ୍ରରେ ଆହୁରି ଅନେକ କଥା କହିଛନ୍ତି କୈଳାସ। ଯମୁନାର ସଫେଇ ଓ କେଜ୍ରିୱାଲଙ୍କ ବଙ୍ଗଳା ନିର୍ମାଣ ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି କୈଳାସ ।
କୈଳାଶ ଗେହଲୋଟ୍ ଚିଠିରେ ଲେଖିଥିଲେ, ସିଶମହଲ ପରି ଅନେକ ଲଜ୍ଜାଜନକ ଏବଂ ଅଜବ ବିବାଦ ରହିଛି, ଯାହା ସନ୍ଦେହ ସୃଷ୍ଟି କରୁଛି କି ଆମେ କଣ ଏବେ ବି ଆମ ଆଦମୀ ହୋଇ ଅଛୁ? ବର୍ତ୍ତମାନ ଏହା ସ୍ପଷ୍ଟ ହୋଇଛି ଯେ ଯଦି ଦିଲ୍ଲୀ ସରକାର ଏହାର ଅଧିକାଂଶ ସମୟ କେନ୍ଦ୍ର ସହ ଲଢେଇ କରିବାରେ ଖର୍ଚ୍ଚ କରିବେ, ତେବେ ଦିଲ୍ଲୀର କୌଣସି ପ୍ରଗତି ହୋଇପାରିବ ନାହିଁ, ମୋର ଆପଠାରୁ ଅଲଗା ହେବା ବ୍ୟତୀତ କୌଣସି ବିକଳ୍ପ ବାକି ନାହିଁ ଏବଂ ତେଣୁ ମୁଁ ଆମ୍ ଆଦମୀ ପାର୍ଟିର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଉଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2024/11/18/4MusVt4wVV1dsrRVAaJi.jpg)