କନକ ବ୍ୟୁରୋ : ଦିନେ କି ଦୁଇ ଦିନ ନୁହେଁ ଦୀର୍ଘ ୧୮ ଦିନ ହେଲା ସୁନ୍ଦରଗଡ଼ କୋଇଲା ଖଣି ଚୋରିର ସତ ଦେଖାଇ ଆସୁଛି କନକ ନ୍ୟୁଜ ।  କୋଇଲା ଲୁଟ ଖବର ପରେ ପ୍ରଶାସନର କାର୍ଯ୍ୟାନୁଷ୍ଠାନ କେବଳ ଲୋକ ଦେଖାଣିଆ ହୋଇ ରହିଯାଇଛି । ଖଣି ମାଫିଆ ନାଁରେ ଖଣି ଆଖପାଖ ଗାଁର ୪ଜଣ ଶ୍ରମିକଙ୍କୁ ଗିରଫ କରାଯାଇଛି । 
ପ୍ରଶ୍ନ ଉଠୁଛି 

Advertisment
  • ଖଣି ମାଫିଆଙ୍କ ପାଖରେ କାହିଁକି ପହଞ୍ଚି ପାରୁନାହିଁ ତଦନ୍ତକାରୀ ସଂସ୍ଥା? 
  • କିଏ ଦେଉଛି ସୁରକ୍ଷା, କାହିଁକି ହେଉନି କାର୍ଯ୍ୟାନୁଷ୍ଠାନ ?
  • ମନ୍ତ୍ରୀ କେବେ ଦେବେ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ? 
  • ଖଣି ଚୋରିକୁ ନେଇ କେବେ ବିବୃତି ରଖିବେ ମୁଖ୍ୟମନ୍ତ୍ରୀ?

 ସୁନ୍ଦରଗଡ଼ର ବିଭିନ୍ନ ଖଣିରୁ ଦୀର୍ଘ ୨୦ ବର୍ଷରୁ ଅଧିକ ସମୟ ହେଲା ରାଷ୍ଟ୍ରୀୟ ସମ୍ପତ୍ତିର ଖୁଲମଖୁଲା ଲୁଟ୍ ଚାଲିଥିଲା । ଗଣମାଧ୍ୟମରେ ଖବର ପ୍ରସାରଣ ପୂର୍ବରୁ ବନ ବିଭାଗ, ରାଜସ୍ବ ବିଭାଗ ଓ ପୋଲିସ ଚୁପ ବସିଥିଲେ। ଏବେ ବି ପ୍ରଶାସନ କାହା ଚାପରେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନେଇ ପାରୁନାହିଁ ତାକୁ ନେଇ ପ୍ରଶ୍ନ ଉଠିଲାଣି । ତେଣୁ କୋଇଲା ଲୁଟର ବିଚାରବିଭାଗୀୟ ତଦନ୍ତ ପାଇଁ ଦାବି କରିଛନ୍ତି ସୁନ୍ଦରଗଡ଼ବାସୀ । 

ଯଦି ରାଜ୍ୟ ସରକାର ତୁରନ୍ତି କୌଣସି ଉଚ୍ଚସ୍ତରୀୟ ତଦନ୍ତର ନିର୍ଦ୍ଦେଶ  ନଦିଅନ୍ତି ତେବେ, ରାଜ୍ୟର ସବୁଠାରୁ ବଡ଼ ଏହି କୋଇଲା ଖଣି ଚୋରି ମାମଲା ପୁଣି ନାଲିଫିତା ତଳେ ଦବି ଯିବା ଆଶଙ୍କା ରହିଛି ।