କେବଳ ଘୋଷଣାରେ ରହିଗଲା କି ଶୀତଳ ଭଣ୍ଡାର? ଜାନୁଆରୀରେ ଆସିଥିବା ପ୍ରସ୍ତାବ ଏପର୍ଯ୍ୟନ୍ତ ଆଗେଇ ପାରିନି

ଓଡ଼ିଶା ସରକାରଙ୍କର ମହତ୍ତ୍ୱାକାଂକ୍ଷୀ ଯୋଜନା ରାଜ୍ୟର ୫୮ଟି ଉପଖଣ୍ଡରେ ଅତି କମ୍ ରେ ୫,୦୦୦ ଟନ୍ କ୍ଷମତା ବିଶିଷ୍ଟ ଥଣ୍ଡା ଭଣ୍ଡାର ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଥିଲା ।

06

Did the cold storage remain only in name? Photograph: (KanakNews)

କନକ ବ୍ୟୁରୋ: ଘୋଷଣାରେ ଅଟକିଛି ଓଡ଼ିଶାର ଶୀତଳ ଭଣ୍ଡାର ଯୋଜନା । ଓଡ଼ିଶା ସରକାରଙ୍କର ମହତ୍ତ୍ୱାକାଂକ୍ଷୀ ଯୋଜନା ରାଜ୍ୟର ୫୮ଟି ଉପଖଣ୍ଡରେ ଅତି କମ୍ ରେ ୫,୦୦୦ ଟନ୍ କ୍ଷମତା ବିଶିଷ୍ଟ ଥଣ୍ଡା ଭଣ୍ଡାର ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଥିଲା ।  ଫାଇନାନ୍ସିଆଲ୍ ଆସିଷ୍ଟାନ୍ସ ଟୁ କୋଲ୍ଡ ଷ୍ଟୋରେଜ୍ (ଏଫ୍ଏସିଏସ୍) ଯୋଜନା ଅଧୀନରେ ଗୁରୁତ୍ୱପୂର୍ଣ୍ଣ ଦିଗଗୁଡ଼ିକରେ ସ୍ପଷ୍ଟତାର ଅଭାବ ଯୋଗୁଁ ନିବେଶକମାନଙ୍କୁ ଉତ୍ସାହିତ କରିପାରି ନାହିଁ । ଯୋଜନା କାର୍ଯ୍ୟକାରୀ କରିବାକୁ ଥିବା ଆଗ୍ରିକଲଚରାଲ୍ ପ୍ରମୋସନ୍ ଆଣ୍ଡ୍ ଇନଭେଷ୍ଟମେଣ୍ଟ କର୍ପୋରେସନ୍ ଅଫ୍ ଓଡ଼ିଶା ଲିମିଟେଡ୍ (ଆପିକଲ୍) ଚଳିତ ବର୍ଷ ଜାନୁଆରୀରେ ୧୪ଟି ପ୍ରସ୍ତାବ ପାଇଥିଲା । ସେଥିରୁ ଏପର୍ଯ୍ୟନ୍ତ ୫ଟି ପ୍ରସ୍ତାବକୁ ଆପିକଲ ଅନୁମୋଦନ ଦେଇଛି, କିନ୍ତୁ ଭୂମି ସ୍ତରରେ କିଛି କାର୍ଯ୍ୟକାରୀ ହୋଇନାହିଁ । 

ସରକାର ୬ କୋଟି ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ୫୦ରୁ ୬୦ ପ୍ରତିଶତ ପୁଞ୍ଜି ନିବେଶ ସବସିଡି, ସୁଧ ଫେରସ୍ତ, ୫୦ ପ୍ରତିଶତ ବିଦ୍ୟୁତ୍ ଟାରିଫ୍ ସବସିଡି ଏବଂ କାର୍ଯ୍ୟକାରୀ ପୁଞ୍ଜି ସହାୟତା ପ୍ରଦାନ କରିବାକୁ ପ୍ରତିଶୁତି ଦେଇଛନ୍ତି । ଏଥିପାଇଁ ସରକାର ୨୫୨ କୋଟି ଟଙ୍କାର ଆର୍ଥିକ ବ୍ୟବସ୍ଥା କରିଛନ୍ତି । କିନ୍ତୁ ଏଫ୍ଏସିଏସ୍ ଯୋଜନାରେ ନିବେଶକମାନଙ୍କଠାରୁ ଆଶାନୁରୂପ ପ୍ରତିକ୍ରିୟା ପାଇବାରେ ବିଫଳ ହୋଇଛି । ଜଣେ ଶୀତଳ ଭଣ୍ଡାର ପରିଚାଳକ କହିଛନ୍ତି ଯେ ମୂଳ ଅଡ଼ୁଆ ହେଉଛି ଅନିଶ୍ଚିତତା ଏବଂ ପର୍ଯ୍ୟାପ୍ତ ଉତ୍ପାଦନର ଅଭାବ । ଅଧିକାଂଶ ଶୀତଳ ଭଣ୍ଡାର ସାମଗ୍ରୀର ଅଭାବ ଯୋଗୁଁ କ୍ଷମତା ତଳେ କାର୍ଯ୍ୟ କରୁଛି । ନିଶ୍ଚିତ ଉତ୍ପାଦନ ଆଧାର ବିନା ଶୀତଳ ଭଣ୍ଡାରଗୁଡ଼ିକ ସ୍ତର ବଜାୟ ରାଖିପାରିବ ନାହିଁ । ଯାହା କ୍ଷତି ହେବାର ଆଶଙ୍କାକୁ ବଢାଇଥାଏ । ବର୍ଦ୍ଧି ପରିଚାଳନା ଖର୍ଚ୍ଚ ଯୋଗୁ ଶେଷରେ ଏହା ବନ୍ଦ ହେବା ସ୍ଥିତିକୁ ଆସିଯିବାର ସମ୍ଭାବନା ରହିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe