ବ୍ରେକଫାଷ୍ଟ ବୈଠକରେ ତୁଟିଲା କି ବିବାଦ, ସରିବ କି କର୍ଣ୍ଣାଟକ କଳି

Advertisment

ଉଭୟଙ୍କ ମଧ୍ୟରେ ସବୁ କିଛି ଠିକ୍ ଥିବା ସିଦ୍ଦରମୈୟା, ଡି.କେ ଶିବକୁମାରଙ୍କ ପ୍ରତିକ୍ରିୟା

ଉଭୟଙ୍କ ମଧ୍ୟରେ ସବୁ କିଛି ଠିକ୍ ଥିବା ସିଦ୍ଦରମୈୟା, ଡି.କେ ଶିବକୁମାରଙ୍କ ପ୍ରତିକ୍ରିୟା

Shivakumar Siddaramaiah

Shivakumar Siddaramaiah Photograph: (Google)

କନକ ବ୍ୟୁରୋ:  କଳି ଉପରେ ପଡ଼ିଲା କି ପୂର୍ଣ୍ଣଚ୍ଛେଦ ? ବ୍ରେକଫାଷ୍ଟ ଟେବୁଲରେ ମିଳିଲା କି ସମାଧାନର ବାଟ? ବେଙ୍ଗାଲୁରୁରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଏକାଠି ବ୍ରେକଫାଷ୍ଟ କରିବା ସହ ସେମାନଙ୍କ ମଧ୍ୟରେ କୌଣସି ମତାନ୍ତର ନଥିବା କହିଛନ୍ତି । ହାଇକମାଣ୍ଡଙ୍କ ନିର୍ଦ୍ଦେଶରେ ଏହି ଭେଟଘାଟ ପରେ ମିଳିତ ସାମ୍ବାଦିକ କରିଥିଲେ ସିଧୁ ଓ ଡିକେ । ଆମ ଭିତରେ ସବୁ କିଛି ଠିକ୍ ଅଛି । ମୁଖ୍ୟମନ୍ତ୍ରୀ ପଦ ପାଇଁ କୌଣସି ବିବାଦ ନାହିଁ । ଯାହା ହାଇକମାଣ୍ଡ କହିବେ, ତାହା ମାନିବୁ ।

ଶନିବାର ସକାଳୁ ସିଦ୍ଦରମୈୟାଙ୍କ ବାସଭବନରେ ପହଞ୍ଚିଥିଲେ ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର । ବ୍ରେକଫାଷ୍ଟ ପାଇଁ ନିମନ୍ତ୍ରଣ କରିଥିଲେ ମୁଖ୍ୟମନ୍ତ୍ରୀ । ଚର୍ଚ୍ଚା ହେଉଛି ଏହି ଭେଟଘାଟ ପାଇଁ ଦିଲ୍ଲୀରୁ ଆସିଥିଲା ନିର୍ଦ୍ଦେଶ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ନିର୍ଦ୍ଦେଶକ୍ରମେ ଏହି ବ୍ରେକଫାଷ୍ଟ ମିଟିଂ ବ୍ୟବସ୍ଥା ମୁଖ୍ୟମନ୍ତ୍ରୀ କରିଥିଲ । ସାକ୍ଷାତ ପାଇଁ ରାହୁଲ ଓ ସୋନିଆ ଗାନ୍ଧୀ ସମୟ ଦେଉନଥିବାରୁ ଡି.କେଙ୍କ ଅସନ୍ତୋଷକୁ କମାଇବା ଲାଗି ଏହି ପ୍ରୟାସ ବୋଲି କୁହାଯାଉଛି ।

ଅଧିକ ପଢନ୍ତୁ : କର୍ଣ୍ଣାଟକ କଂଗ୍ରେସର ତୁଟି ଗଲା କି କଳି ? ଗୋଟିଏ ଟେବୁଲକୁ ଆସିଲେ ଡି.କେ ଓ ସିଦ୍ଧରମୈୟା
କର୍ଣ୍ଣାଟକରେ କଂଗ୍ରେସର ଅସଜଡ଼ା ସ୍ଥିତିକୁ ବିଜେପି ଆଖେଇ ବସିଛି । ଦୁଇ ନେତାଙ୍କ ଝଗଡ଼ାରେ ରାଜ୍ୟର ସ୍ଥିତି ବିଗୁଡୁଥିବା ଓ କାମ ଅଟକିଥିବା ବାହାନା କରି ବିଧାନସଭାରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ବିଚାର କରୁଛି ବିଜେପି । ତେବେ ଦୁଇଜଣଙ୍କ କଳିରୁ ବିଜେପି ଯେପରି  ଫାଇଦା ନଉଠାଏ, ତେଣୁ ବିବାଦ ତୁଟାଇବାକୁ ଆଗେଇ ଆସିଛନ୍ତି ହାଇକମାଣ୍ଡ। କିନ୍ତୁ ବିଜେପି ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି ।   
 
ସେପ୍ଟେମ୍ବର ମାସରୁ କର୍ଣ୍ଣାଟକରେ ଅଚଳାବସ୍ଥା ଲାଗି ରହିଛି । ଅଢ଼େଇବର୍ଷ ଲେଖାଏଁ ମୁଖ୍ୟମନ୍ତ୍ରୀ ହେବାକୁ ଯେଉଁ ଅଲିଖିତ ଚୁକ୍ତି ହୋଇଥିଲା, ସେଥିରେ ସିଦ୍ଦରମୈୟାଙ୍କ ସମୟ ସରିଯାଇଛି । ତେଣୁ ପ୍ରତିଶ୍ରୁତି ଅନୁଯାୟୀ ତାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଉ ବୋଲି ଜିଦରେ ଅଟଳ ଅଛନ୍ତି ଡି.କେ ଶିବକୁମାର । ସେପଟେ ଆସନ୍ତାକାଲି ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ଭେଟିପାରନ୍ତି କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡି.କେ ।


 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe