କନକ ବ୍ୟୁରୋ : ପୁରୀକୁ ନେଇ ବିଜେଡି ବିଧାୟକ କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ରଙ୍କ ପ୍ରତିକ୍ରିୟା , ପୁରୀରେ ହେଉ ବିମାନବନ୍ଦର । ସେ କହିଛନ୍ତି , ଅନେକ ଅନ୍ତର୍ଜାତୀୟ ବିମାନବନ୍ଦର ସମୁଦ୍ର କୂଳରେ ହୋଇଛି ଆଉ କିଛି ସମୁଦ୍ର ଭିତରେ ହୋଇଛି । ସେହିପରି ପୁରୀକୁ ମଧ୍ୟ ଗୁରୁତ୍ୱ ଦିଆଯାଉ । କେନ୍ଦ୍ର ସରକାର ଯଦି ପୁରୀରେ ବିମାନବନ୍ଦର ନ କରିବେ , ଜଗନ୍ନାଥ ସଂସ୍କୃତିକୁ ଉନ୍ନତି ନ କରିବେ , ତେବେ ସରକାରର ପତନ ହେବ । 

Advertisment

ସେ ଉଦାହରଣ ଦେବାକୁ ଯାଉ କହିଛନ୍ତି ଯେ କଳାହାଣ୍ଡିରେ ଉତ୍କେଲା ଏୟାରପୋର୍ଟ ହେଲା । ଏହା ପରେ ସେ ଅଞ୍ଚଳର ପରିଭାଷା ବଦଳି ଗଲା । ସେହିପରି ପୁରୀରେ ଅନ୍ତର୍ଜାତୀୟ ବିମାନବନ୍ଦର ହେଲେ ପୂରା ବିଶ୍ୱରୁ ଲୋକେ ପୁରୀରେ ପହଞ୍ଚି ପାରିବେ । ଆମର ପରମ୍ପରା ବିଶ୍ୱବ୍ୟାପି ହେବ ଏବଂ ଓଡ଼ିଶାର ମାନଚିତ୍ର ସାରା ବିଶ୍ୱରେ ପ୍ରକାଶିତ ହେବ । ଜଙ୍ଗଲ ଜମି ହେଉ କି ଆଉ କୌଣସି ଅସୁବିଧା , ତଥାପି ଆମେ କେନ୍ଦ୍ର ସରକାରଙ୍କୁ ବାଧ୍ୟ କରିବା ପୁରୀରେ ବିମାନ ବନ୍ଦର ନିର୍ମାଣ ହେଉ ।

ସେ ଆହୁରି ମଧ୍ୟ କହିଛନ୍ତି ସମୁଦ୍ର କୂଳରେ ଅନେକ ବିମାନବନ୍ଦର ଅଛି , ସବୁ ବିମାନ କ୍ଷତି କରେ ନାହିଁ । ଆମ ପରିବେଶ କେମିତି ସୁରକ୍ଷିତ ରହିବ ସେ ନେଇ ଆମେ ଚିନ୍ତିତ ଏବଂ ଚିନ୍ତା କରିବାର ଆବଶ୍ୟକତା ମଧ୍ୟ ରହିଛି । ବିମାନ ବନ୍ଦର ନିର୍ମାଣ ହେବ ଏବଂ ସେ ବିମାନ ଗୁଡିକ ଆମର ଜୈବ ବିବିଧତା, ଅଲିଭ ରିଡିଲେ ଏବଂ ସମୁଦ୍ର ଜୀବଜନ୍ତୁଙ୍କୁ କିପରି କ୍ଷତି ନ କରିବ ସେଥିପ୍ରତି ଆମେ ଯତ୍ନବାନ ହେବା ।