ବିଜେଡି ଛାଡି ବିଜେପିରେ ମିଶିବେ ଦିବଙ୍ଗତ ନେତା ଅନନ୍ତ ଦାସଙ୍କ ପରିବାର

Advertisment

ଦିବଙ୍ଗତ ବିଜେଡି ନେତା ଅନନ୍ତ ଦାସଙ୍କ ପରିବାର ଖୁବ ଶୀଘ୍ର ବିଜେପିରେ ଯୋଗ ଦେବାକୁ ଯାଉଛନ୍ତି ।  ଏନେଇ ତାଙ୍କ ପୁଅ ଅଭିଜିତ ଦାସ ସ୍ପଷ୍ଟ ସଙ୍କେତ ଦେଇଛନ୍ତି  ।  ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସଭାପତିଙ୍କ ସହ ଆଲୋଚନା ସରିଛି ଏବଂ ଖୁବ ଶୀଘ୍ର ସେ ବିଜେପିରେ ଔପଚାରିକ ଭାବେ ସାମିଲ ହେବେ ବୋଲି କହିଛନ୍ତି

bjp

Photograph: (kanaknews)

କନକବ୍ୟୁରୋ :  ଦିବଙ୍ଗତ ବିଜେଡି ନେତା ଅନନ୍ତ ଦାସଙ୍କ ପରିବାର ଖୁବ ଶୀଘ୍ର ବିଜେପିରେ ଯୋଗ ଦେବାକୁ ଯାଉଛନ୍ତି ।  ଏନେଇ ତାଙ୍କ ପୁଅ ଅଭିଜିତ ଦାସ ସ୍ପଷ୍ଟ ସଙ୍କେତ ଦେଇଛନ୍ତି  ।  ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସଭାପତିଙ୍କ ସହ ଆଲୋଚନା ସରିଛି ଏବଂ ଖୁବ ଶୀଘ୍ର ସେ ବିଜେପିରେ ଔପଚାରିକ ଭାବେ ସାମିଲ ହେବେ ବୋଲି କହିଛନ୍ତି । କନକ ନ୍ୟୁଜ୍‌କୁ ଏକ୍ସକ୍ଲୁସିଭ୍ ପ୍ରତିକ୍ରିୟା ଦେଇ ଅଭିଜିତ କହିଛନ୍ତି, ବିଜେଡି ଆମକୁ ଛାଡିଦେଇଛି । ଗତ କିଛି ବର୍ଷ ଧରି ଦଳ ସହ କୌଣସି ସମ୍ପର୍କ ରହିନାହିଁ ।

ମାଟ୍ରିକ ପରୀକ୍ଷା ବେଳେ ଦୁର୍ଘଟଣା : ପାଲଲହଡ଼ାରେ ଜଣେ ପରୀକ୍ଷାର୍ଥୀ ଆହତ

 ବିଜେପିରେ ସାମିଲ ହେବା  ନେଇ  ନିର୍ବାଚନ ସମୟରେ  ନିଷ୍ପତ୍ତି ନେଇପାରିନଥିଲେ, କିନ୍ତୁ ଏବେ ବିଜେପିରେ ମିଶିବାକୁ ପୁରା ପରିବାର ନିଷ୍ପତ୍ତି ନେଇଥିବା ଅଭିଜିତ କହିଛନ୍ତି ।  ପ୍ରାୟ ଦୁଇ ବର୍ଷ ହେଲା  ସେ ବିଜେପି ସହ ସକ୍ରିୟ ଭାବେ କାମ କରୁଥିବା କହିଛନ୍ତି । ଭୋଗରାଇର ଉନ୍ନତି ତାଙ୍କର ପ୍ରଥମ ଲକ୍ଷ୍ୟ । ତେବେ ଏହି ଘୋଷଣା ପରେ ଭୋଗରାଇ ଓ ବାଲେଶ୍ୱର ରାଜନୀତିରେ ଚର୍ଚ୍ଚା ଜୋର ଧରିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe