କନକବ୍ୟୁରୋ : ଭିନ୍ନକ୍ଷମ ଯୁବକଙ୍କୁ ନିର୍ଧୁମ ମାଡ଼ ,ସଙ୍ଘବଦ୍ଧ ହୋଇ ଏମିତି ଆକ୍ରମଣ ହେଲା ଯେ ନିଜ ଦୋକାନ ପରିସରରେ ଅଚେତ ହୋଇପଡ଼ିଥିଲେ। ସ୍ଥାନୀୟ ବ୍ୟବସାୟୀ ଓ ପରିବାର ଲୋକଙ୍କ ସହଯୋଗ ରେ ହସ୍ପିଟାଲରେ ଭର୍ତ୍ତି ହେଲେ । କଟକ ନିଶ୍ଚିନ୍ତକୋଇଲି ବ୍ଲକ ବରକୋଳିଆ ବଜାର ରେ ଓରତି ଗ୍ରାମର ପ୍ରକାଶ ବିଶ୍ୱାଳ ଚୁଡ଼ି ଦୋକାନ କରି ଗୁଜୁରାଣ ମେଣ୍ଟାନ୍ତି । 

Advertisment

ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତାଙ୍କ ଗାଁର ପଡିଶା ଘର ପରିବାର ଲୋକ ସଙ୍ଘବଧ ହୋଇ ପ୍ରକାଶଙ୍କୁ ଗତକାଲି ରାତିରେ ତାଙ୍କ ଦୋକାନ ସାମ୍ନାରେ ନିର୍ଧୁମ ମାଡ଼ ମାରିଥିଲେ ଯାହାର ଲୋମଟାଙ୍କୁରା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଏପରିକି ପ୍ରକାଶଙ୍କୁ ଅଭିଯୁକ୍ତ ମାନେ ତାଙ୍କ ଦୋକାନ ରୁ ଘୋଷାରି ଆଣି ବେହୋଶ ହେଲା ପର୍ୟ୍ୟନ୍ତ ମାରିଚାଲିଥିଲେ ।

ସେମାନଙ୍କ ଆକ୍ରମଣରେ ଭିନ୍ନକ୍ଷମ ପ୍ରକାଶ ଙ୍କର ମୁଣ୍ଡରେ ଗଭୀର ଆଘାତ ହେବା ସହିତ ସାମାନ୍ୟ ସ୍ମରଣ ଶକ୍ତି ହରାଇବସିଛନ୍ତି। ଅନ୍ୟପଟେ ଅଭିଯୁକ୍ତ ଗୋବିନ୍ଦ ଦାସ କହିଛନ୍ତି ପୂର୍ବ କଳିକୁ ନେଇ ଆମ ଉଭୟ ପକ୍ଷଙ୍କ ମଧ୍ୟରେ କଳହ ସୃଷ୍ଟି ହୋଇଥିଲା ଯେଉଁ ଘଟଣା ବଜାର କମିଟିକୁ ଜଣାଇଥିଲୁ କିନ୍ତୁ ବଜାର କମିଟି ସମାଧାନ କରିଲା ନାହିଁ ।

ପ୍ରକାଶ ଆମ ବଡ଼ବାପା ଙ୍କୁ ଆକ୍ରମଣ କରିଲା ପ୍ରଥମେ ପରେ ଆମେ ଆକ୍ରମଣ କରିଛୁ । ତେବେ ଆଇନିର ଆଶ୍ରୟ ନେବା ପରିବର୍ତ୍ତେ ଆଇନିକୁ ହାତକୁ ନେଇ ଏଭଳି ଆକ୍ରମଣ କୁ ନେଇ ଉଦବେଗ ପ୍ରକାଶ କରିଛି ବଜାର କମିଟି । ଆଜି ବରକୋଳିଆ ବଜାର ବନ୍ଦ ରଖିବା ସହିତ ଅଶାନ୍ତ ପରିବେଶ ଓ ଆକ୍ରମଣ ସମ୍ୱନ୍ଧରେ ବୈଠକରେ ଚୂଡାନ୍ତ ନିଷ୍ପତି ନେବା ପାଇଁ ଏକ ହୋଇଛନ୍ତି ବ୍ୟବସାୟୀ ସଙ୍ଘ ।