ଜନ୍ମରୁ ଦିବ୍ୟାଙ୍ଗ, ତଥାପି ସେ ସଂପୂର୍ଣ୍ଣ ସକ୍ଷମ । ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ସେ ଉଦାହରଣ

Advertisment

ଦୁଃସମୟ ଆଗରେ ହାରିନଥିବା ଯୁବକ । ଶାରିରୀକ ଅକ୍ଷମତାକୁ ହରାଇଥିବା ମଣିଷ। ଜନ୍ମରୁ ଭିନ୍ନକ୍ଷମ ହୋଇ ବି ସେ ସ୍ବାବଲମ୍ବୀ

ଦୁଃସମୟ ଆଗରେ ହାରିନଥିବା ଯୁବକ । ଶାରିରୀକ ଅକ୍ଷମତାକୁ ହରାଇଥିବା ମଣିଷ। ଜନ୍ମରୁ ଭିନ୍ନକ୍ଷମ ହୋଇ ବି ସେ ସ୍ବାବଲମ୍ବୀ

desk q

କନକବ୍ୟୁରୋ: ଦୁଃସମୟ ଆଗରେ ହାରିନଥିବା ଯୁବକ । ଶାରିରୀକ ଅକ୍ଷମତାକୁ ହରାଇଥିବା ମଣିଷ। ଜନ୍ମରୁ ଭିନ୍ନକ୍ଷମ ହୋଇ ବି ସେ ସ୍ବାବଲମ୍ବୀ । ଦୁଇଟି ଗୋଡ଼ ଅଚଳ, ତଥାପି ସେ ସଚଳ । ନିଜ ଶ୍ରମରେ ରୋଜଗାର କରୁଛନ୍ତି , ସ୍ୱାଭିମାନର ସହ ବଂଚୁଛନ୍ତି । କୋରାପୁଟ ବୈପାରୀଗୁଡ଼ାରୁ ଦେଖିବା ଏମିତି ଏକ ପ୍ରେରଣାଦାୟୀ କାହାଣୀ । 

ଅନେକ ବ୍ୟକ୍ତ ଶାରିରୀକ ଭାବେ ସଂପୂର୍ଣ୍ଣ ସୁସ୍ଥ ଥାଇ ବି କାମକୁ ଠକନ୍ତି । ଚାକିରି ନାହିଁ କହି ବେକାର ରୁହନ୍ତି। ସେହିଭଳି ଲୋକଙ୍କୁ ଶିକ୍ଷା ଦେବ ବୈପାରିଗୁଡା ପାଖନାଗୁଡା ଗାଁର ରାମ ପରଜାଙ୍କ ସଂଘର୍ଷପୂର୍ଣ୍ଣ କାହାଣୀ। ଜନ୍ମରୁ ଦିବ୍ୟାଙ୍ଗ। ସେ ସମସ୍ତ ଦୁଃଖ ଯନ୍ତ୍ରଣାକୁ ପରାସ୍ତ କରି ଜୀବନ ଜିଇଁବାରେ ସଫଳ।  ରାମ, ଜନ୍ମ ହେବାର ମାତ୍ର ୩ ମାସ ପରେ ଆରପାରିକୁ ଚାଲିଗଲେ ମାଆ।

ମାଆ ଛେଉଣ୍ଡ ପିଲାର ଦୁଇଟି ଯାକ ଗୋଡ଼ ଅକାମୀ। ଦଶମ ଶ୍ରେଣୀ ଯାଏଁ ପାଠ ପଢ଼ିଛନ୍ତି। ଅର୍ଥାଭାବରୁ ଅଧାରୁ ପାଠ ଛାଡ଼ି ସାଇକେଲ ମରାମତି କରୁଛନ୍ତି। ପ୍ରଥମେ ପରପାଖରେ କାମ କରୁଥିଲେ, ଆଉ ଏବେ ସେ ଏକ ସାଇକେଲ ମରାମତି ଦୋକାନର ମାଲିକ।

ସାଇକେଲ ମରାମତି କରି ମାସକୁ ୫ ରୁ ୬ ହଜାର ଟଙ୍କା ରୋଜଗାର କରି ସ୍ବାବଲମ୍ବୀ ହୋଇ ପାରିଛନ୍ତି ।  ଦିବ୍ୟାଙ୍ଗ ଯୁବକଙ୍କ ଏହି ସଂଘର୍ଷପୂର୍ଣ୍ଣ କାହାଣୀ, ନିଜ ଭିତରୁ ଆତ୍ମବିଶ୍ୱାସ ହରାଇ ଦେଉଥିବା ବ୍ୟକ୍ତିଙ୍କ ପ୍ରେରଣାଯୋଗାଇବ ବୋଲି ଆଶା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe