କନକବ୍ୟୁରୋ: ସଡ଼କ ଦୁର୍ଘଟଣାରେ ଚାଲିଗଲା ଦିବ୍ୟାଙ୍ଗଙ୍କ ଜୀବନ। ବୌଦ୍ଧ ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥ ସରସରା ନିକଟରେ ଅଜଣା ଗାଡ଼ି ଧକ୍କାରେ ସରସରା ଗାଁର ସୁମନ୍ତ ମହାକୁଡ଼ଙ୍କ ମୃତ୍ୟୁ ହୋଇଛି । ଅଜଣା ଗାଡ଼ି ଦିବ୍ୟାଙ୍ଗ ସୁମନ୍ତ ମହାକୁଡ଼ଙ୍କୁ ଧକ୍କା ଦେଇ ଫେରାର ହୋଇ ଯାଇଛି । କ୍ଷତି ପୂରଣ ଦାବିରେ ଖୋର୍ଦ୍ଧା-ବଲାଙ୍ଗୀର ୫୭ ତମ ଜାତୀୟ ରାଜପଥ ଅବରୋଧ କରିଛନ୍ତି ଗ୍ରାମବାସୀ । ଫଳରେ ଉଭୟ ପଟରେ ଅଟକି ରହିଛି ଶହ ଶହ ଗାଡ଼ି ମଟର ।
କ୍ଷତି ପୂରଣ ଦାବିରେ ଅଡି ବସିଛନ୍ତି ଗ୍ରାମବାସୀ । ବୌଦ୍ଧ ଅତିରିକ୍ତ ତହସିଲ୍ଦାର ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି। ବୌଦ୍ଧ ପୋଲିସ୍ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ସୂଚନା ଅନୁଯାୟୀ, ଗତକାଲି ମଧ୍ୟରାତ୍ରୀରେ ସରସରା ଗାଁର ସୁମନ୍ତ ମହାକୁଡ ଶୌଚ ପାଇଁ ଆସି ରାସ୍ତା ପାର୍ ହୋଇ ଘରକୁ ଫେରୁଥିଲେ ।
ଏହି ସମୟରେ କୌଣସି ଅଜଣା ଗାଡ଼ି ଧକ୍କା ଦେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା । ସକାଳ ସମୟ ଗାଁ ଲୋକ ଶୌଚ ପାଇଁ ଆସିଥିବା ବେଳେ ଦେଖି ପରିବାର ଓ ଗାଁ ଲୋକଙ୍କୁ ଖବର ଦେବା ପରେ ଗ୍ରାମର ଅଧିକାଂଶ ଲୋକ ଆସି କ୍ଷତିପୂରଣ ଦାବିରେ ଖୋର୍ଦ୍ଧା ବଲାଙ୍ଗୀର ୫୭ ତମ ଜାତୀୟ ରାଜପଥ ସରସରା ନିକଟରେ ରାସ୍ତା ଅବରୋଧ କରିଛି ।