ତାଳଚେରରେ ସିରିଗିଡା ଗାଁରେ ଡାଇରିଆ ଆତଙ୍କ ;  ପାଖାପାଖି ୩୦ଜଣ ଝାଡାବାନ୍ତିରେ ଆକ୍ରାନ୍ତ

ତାଳଚେରରେ ସିରିଗିଡା ଗାଁରେ ଡାଇରିଆ ଆତଙ୍କ ।  ୧୦ଟି ପରିବାର ୩୦ ଜଣ ଲୋକ ଝାଡାବାନ୍ତିରେ ଆକ୍ରାନ୍ତ ।  ଚିକିତ୍ସା ପାଇଁ ଗାଁରେ ପହଂଚିଲା ଚାରିଜଣିଆ ଡାକ୍ତରୀ ଟିମ । ପିଇବା ପାଣିର ନମୁନା ସଂଗ୍ରହ ପରେ ଯାଞ୍ଚ କରିବ କମିଟି ।

diarrhoia

diarrhoia Photograph: (kanakNews)

କନକ ବ୍ୟୁରୋ: ତାଳଚେର ସିରିଗିଡା ଗାଁରେ ଡାଇରିଆ ଆତଙ୍କ ।  ପାଖାପାଖି ୧୦ଟି ପରିବାର ୩୦ ଜଣ ଲୋକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଅବସ୍ଥା ଅଧିକ ସାଂଘାତିକ ହେବାରୁ ସ୍ଥାନୀୟ ଡାକ୍ତରଖାନାରେ ପାଞ୍ଚରୁ ସାତଜଣ ରୋଗୀ ଚିକିତ୍ସା ପାଇଁ ପହଞ୍ଚିଛନ୍ତି।  

ସେପଟେ ଅନ୍ୟମାନଙ୍କୁ ଚିକିତ୍ସା ଯୋଗାଇଦେବାପାଇଁ ଗାଁରେ ପହଂଚିଛନ୍ତି ଏକ ଚାରିଜଣିଆ ଡାକ୍ତରୀ ଟିମ। ଗାଁରେ ପିଇବା ପାଣିର ନମୁନା ସଂଗ୍ରହ କରିବାସହ ଗାଁରେ ଥିବା ଆକ୍ରାନ୍ତଙ୍କୁ ପ୍ରାଥମିକ ଚିକିତ୍ସା ପ୍ରଦାନ ସହ ସଚେତନ ମଧ୍ୟ  କରିଛନ୍ତି । ଖବର ପାଇ ଗାଁରେ ତାଳଚେର ବିଧାୟକ ପହଁଚି ସ୍ଥିତି ପରଖିବା ସହ ଆକ୍ରାନ୍ତଙ୍କୁ କିଭଳି ଉତ୍ତମ ଚିକିତ୍ସା ମିଳିପାରିବ ସେ ନେଇ ଆଲୋଚନା କରିଛନ୍ତି।  । ଗାଁଲୋକେ ବ୍ୟବହାର କରୁଥିବା କୂଅ ଓ ନଦୀ ପାଣି ପ୍ରଦୂଷିତ ହୋଇ ଡାଇରିଆ ବ୍ୟାପିଥିବା ଆଶଙ୍କା କରୁଛି ପ୍ରଶାସନ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe